ଆମେରିକା କବଜାରୁ ଖସି ପାକିସ୍ତାନ ଫେରାର ହୋଇଗଲା ଦାଉଦର ପୁତୁରା ସୁହେଲ କସ୍କର, ଭାରତ ନିରାଶ

ନୂଆଦିଲ୍ଲୀ : ଆମେରିକାର କବଜାରେ ଥିବା କୁଖ୍ୟାତ ଅଣ୍ଡରଓ୍ବାର୍ଲଡ୍ ଡନ ଦାଉଦ ଇବ୍ରାହିମର ପୁତୁରା ସୋହେଲ କସକର ପାକିସ୍ତାନକୁ ଖସି ପଳାଇଯାଇଛି । ଦୁବାଇ ବାଟ ଦେଇ ସେ ପାକିସ୍ତାନ ପଳାଇଯାଇଥିବା ସଂଦେହ କରାଯାଉଛି ।

ଡ୍ରଗ୍ସ କାରବାର ଓ ଆତଙ୍କବାଦ ମାମଲାରେ ଆମେରିକୀୟ ଏଜେନ୍ସିମାନେ ତାକୁ ଅଟକ ରଖିଥିଲେ । ତାକୁ ଆଣିବାକୁ ମୁମ୍ବାଇ ପୁଲିସ ଓ ଭାରତୀୟ ଏଜେନ୍ସିମାନେ ଆମେରିକା ସହ ଯୋଗାଯୋଗରେ ଥିଲେ । କିନ୍ତୁ ତାକୁ ଭାରତ ଆଣିବା ପୂର୍ବରୁ ସେ ଖସିଯାଇଛି । ନିକଟରେ ଭାରତୀୟଏଜେନ୍ସିମାନେ ପାକିସ୍ତାନରେ ତାହାର ଭଏସ ଟ୍ରେସ୍ (ସ୍ବର ଚିହ୍ନଟ) କରିଛନ୍ତି । କେତେକ ସଂଦିଗ୍ଧ ପାକିସ୍ତାନୀ ଟେଲିଫୋନ କଥାବାର୍ତ୍ତାକୁ ଇଣ୍ଟରସେପ୍ଚ କରିବାବେଳେ ତାହାର ଭଏସ ଟ୍ରେସ ହୋଇଥିଲା ।

ନିଶା କାରବାର, ବେଆଇନ ବଟି ଆଦାୟ, ଅସ୍ତ୍ର କାରବାର ମାମଲାରେ ତାଙ୍କୁ ମୁମ୍ବାଇ ପୁଲିସ ତାକୁ ଖୋଜୁଥିଲା । ତାକୁ ଭାରତ ଅଣାଯାଇଥିଲେ ଦାଉଦ ଇବ୍ରାହିମର ନେଟଓ୍ବାର୍କ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥାନ୍ତା । କିନ୍ତୁ ଏବେ ସେ ପାକିସ୍ତାନ ଖସିଯିବା ପରେ ତାକୁ ଧରିବା କଷ୍ଟକର ହୋଇପଡ଼ିବ ।

ସୋହେଲ କସକର ଦାଉଦ ଇବ୍ରାହିମର ସାନ ଭାଇ ନୁରାର ପୁଅ । ସେ ୧୯୮୯ରୁ ହିଁ ଭାରତ ବାହାରେ ରହୁଛି । ନୁରା ୨୦୦୯ରେ କରାଚୀର ଏକ ହସପିଟାଲରେ ମୃତ୍ୟୁବରଣ କରିଥିଲା । ଡ୍ରଗ୍ସ ଚୋରାକାରବାର ମାମଲାରେ ସୁହେଲ ୨୦୧୪ରେ ସ୍ପେନରେ ଗିରଫ ହୋଇଥିଲା । ଏକ ବର୍ଷ ପରେ ତାହାକୁ ଆମେରିକାକୁ ପ୍ରତ୍ୟାର୍ପଣ କରାଯାଇଥିଲା ।

ସମ୍ବନ୍ଧିତ ଖବର