ଦାଉଦ୍‌ର ନୂଆ ବାନ୍ଧବୀ ମେହେୱିସ ହାୟତ

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମ୍‌ର ନୂଆ ବାନ୍ଧବୀକୁ ନେଇ ଏବେ ଚର୍ଚ୍ଚା ଜୋରଦାର। ପାକିସ୍ତାନୀ ଅଭିନେତ୍ରୀ ମେହେୱିସ ହାୟତ୍‌ ଏବେ ଦାଉଦ୍‌ର ସ୍ବପ୍ନର ରାଣୀ ପାଲଟିଛି। ପୂର୍ବରୁ ବଲିଉଡ୍‌ର ଅନେକ ଅଭିନେତ୍ରୀଙ୍କ ସହ ଦାଉଦ୍‌ର ପ୍ରେମ ସମ୍ପର୍କ ଥିଲା। ଏବେ ପାକିସ୍ତାନୀ ସିନେମା ଜଗତ ସହ ଦାଉଦ୍‌ର ସମ୍ପର୍କ ବୃଦ୍ଧି ପାଇଛି। ଦାଉଦ୍‌ ଏବେ ନିୟମିତ ଏହି ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖିଛି।

ସୂଚନାଯୋଗ୍ୟ, ପାକିସ୍ତାନ ସିନେମା ଅଭିନେତ୍ରୀ ମେହେୱିସ୍‌ ହାୟତ୍‌ଙ୍କୁ ନିକଟରେ ପାକିସ୍ତାନର ସମ୍ମାନଜନକ ‘ତାମ୍‌ଗା-ଏ-ଇମ୍‌ତିଆଜ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ହାୟତ୍‌ ସମାଲୋଚନାର ଶରବ୍ୟ ହୋଇଛନ୍ତି। ହାୟତଙ୍କର ଅଣ୍ଡରୱାର୍ଲଡ୍‌ ଲିଙ୍କ୍‌ ଜଣାପଡ଼ିବା ପରେ ଚର୍ଚ୍ଚା ଜୋରଦାର ହୋଇଛି।

ସମ୍ବନ୍ଧିତ ଖବର