ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ୨୫ ଲକ୍ଷ ପଠାଇଥିଲା ଦାଉଦ୍ : ଏନଆଇଏ

ନୂଆଦିଲ୍ଲୀ : ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଅଣ୍ଡରଓ୍ବାର୍ଲଡ୍ ଡନ୍ ଦାଉଦ ଇବ୍ରାହିମ୍ ଭାରତରେ ଥିବା ନିଜ ସହଯୋଗୀମାନଙ୍କ ପାଖକୁ ୨୫ ଲକ୍ଷ ଟଙ୍କା ପଠାଇଥିଲା । ହାଓ୍ବାଲା ଚ୍ୟାନେଲ ମାଧ୍ୟମରେ ଏହି ଟଙ୍କା ପଠାଯାଇଥିଲା । ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଓ ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ହତ୍ୟା ପାଇଁ ଏହି ଟଙ୍କା ପଠାଯାଇଥିଲା ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ କହିଛି ।

ମୁମ୍ବାଇରେ ଥିବା ନଜ ସହଯୋଗୀ ଆରିଫ ଓ ସବିର ଆବୁବକର ସେଖଙ୍କ ନିକଟକୁ ଏହି ଟଙ୍କା ପଠାଯାଇଥିଲା । ଏଜେନ୍ସି ନିଜ ଚାର୍ଜସିଟରେ କହିଛି ଯେ ଦୁବାଇରେ ଥିବା ରସିଦ ମଫରାନିଙ୍କ ଜରିଆରେ ଏହି ହାଓ୍ବାଲା କାରବାର କରାଯାଉଥିଲା ।

ଗତ ଶନିବାରଦିନ ଏନଆଇଏ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ନେଟୱାର୍କ ଏବଂ ଏକ ଅନ୍ତର୍ଜାତୀୟ ସଂଗଠିତ ଅପରାଧିକ ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ, ତା ସହଯୋଗୀ ଛୋଟା ସକିଲ ଏବଂ ‘ଡି କମ୍ପାନୀ’ର ଅନ୍ୟ ତିନି ଜଣ ସଦସ୍ୟଙ୍କ ବିରୋଧରେ ପାଇଁ ଚାର୍ଜସିଟ୍ ଦାଖଲ କରିଥିଲା । ଚାର୍ଜସିଟରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଆରିଫ ଅବୁବକର ଶେଖ, ସବିର ଅବୁବାକର ଶେଖ ଏବଂ ମହମ୍ମଦ ସଲିମ କୁରେଶୀ ଅଛନ୍ତି ।

ଗତ ଅଗଷ୍ଟ ମାସରେ ଏନଆଇଏ ଦାଉଦ ଇବ୍ରାହିମ ଉପରେ  ୨୫ ଲକ୍ଷର  ପୁରସ୍କାର ଘୋଷଣା କରିଥିଲା ।

ସମ୍ବନ୍ଧିତ ଖବର