ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଆଜି ୧୯ତମ ଦିବସରେ ମଧ୍ୟ ଉଭୟ ଗୃହରେ ବିରୋଧୀଙ୍କ ‌‌ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।  ଲୋକସଭାରେ ଆଜି ଆଇଆଇଏମ୍‌ (ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ (ସଂଶୋଧନ) ବିଲ୍‌,  ୨୦୨୫ ଗୃହୀତ ହୋଇଥିବାବେଳେ ରାଜ୍ୟସଭାରେ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ ) ସଂଶୋଧନ ବିଲ୍‌, ୨୦୧୫ ଗୃହୀତ ହୋଇଛି।  ହଟ୍ଟଗୋଳ ଓ ବିରୋଧ   ସତ୍ତ୍ବେ ଏହି ୨ଟି ବିଲ୍‌ ଆଜି ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ ହୋଇଛି। ବିରୋଧୀ ଦଳ ନେତାମାନେ ବିହାରରେ ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଉପରେ ଆଲୋଚନା ଦାବି କରି ହୋହଲ୍ଲା କରିବାରୁ ଆଜି ଉଭୟ ଗୃହ ବାରମ୍ବାର ମୁଲତବୀ ହୋଇଥିଲା।

୨ ବିଲ୍‌ ଗୃହୀତ
ଏସ୍‌ଆଇଆର୍‌ ଆଲୋଚନା ଦାବିରେ ବିରୋଧୀ ଅଟଳ

Advertisment

ଏହା ପୂର୍ବରୁ ଆଜି ଉପାଧ୍ୟକ୍ଷ ହରିବଂଶ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ଆସିଥିବା ସମସ୍ତ ୨୦ଟି ନୋଟିସ୍‌କୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।  ତେବେ ଏକାଧିକ ଥର ଗୃହ ମୁଲତବୀ ହେବାପରେ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି।  ଏଥିସହ ନ୍ୟାସନାଲ ସ୍ପୋର୍ଟ‌୍ସ ଗଭର୍ଣ୍ଣାନ୍ସ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ‌ ସୋମବାର ସ୍ବୀକୃତି ଦେବାପରେ ଏହା   ଆଇନରେ ପରିଣତ ହୋଇଛି।   କେନ୍ଦ୍ର ସରକାର ମଧ୍ୟ ଏକ ସରକାରୀ ଗେଜେଟ୍‌ ବିଜ୍ଞପ୍ତି ଜାରି କରି ଏହା ସ୍ପଷ୍ଟ କରିଛନ୍ତି।