କୋଲକାତା: ସୋମବାର ନାରଦା ଲାଞ୍ଚ ମାମଲାରେ ଗିରଫ ହୋଇଥିବା ୪ଜଣ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ନେତାଙ୍କ ଜାମିନ ଉପରେ କୋଲକାତା ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏହି ନିଷ୍ପତ୍ତି ପରେ ଏବେ ଅଭିଯୁକ୍ତମାନେ ବୁଧବାର ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ହେପାଜତରେ ରହିବେ ବୋଲି ଜଣାପଡିଛି। ଗିରଫ ଚାରିଜଣଙ୍କୁ କୋଲକାତାର ପ୍ରେସିଡେନ୍ସି ଜେଲର ସ୍ୱତନ୍ତ୍ର କୋଠରୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩ଜଣ ଟିଏମସି ନେତା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି |

Advertisment

ମଙ୍ଗଳବାର ପୂର୍ବାହ୍ନରେ ଟିଏମସିର ପୂର୍ବତନ ନେତା ତଥା କୋଲକାତା ମେୟର ଶୋଭନ ଚାଟାର୍ଜୀ ଏବଂ ଟିଏମସି ବିଧାୟକ ମଦନ ମିତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଦୁହିଁଙ୍କୁ ଏସଏସକେଏମ ହସ୍ପିଟାଲର ଉଡ଼ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା। କିଛି ଘଣ୍ଟା ପରେ ସୁବ୍ରତ ମୁଖାର୍ଜୀଙ୍କର ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏସଏସକେଏମ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡିଛି |

publive-image indiatoday.in

ଉଲ୍ଲେଖଯୋଗ୍ୟ, ନାରଦା ଲାଞ୍ଚ ମାମଲାରେ ଦୁଇଜଣ ମନ୍ତ୍ରୀଙ୍କ ସମେତ ଦୁଇଜଣ ବିଧାୟକଙ୍କୁ ଗିରଫ କରିଥିଲା ସିବିଆଇ | ସୋମବାର ପୂର୍ବାହ୍ନରେ ସିବିଆଇ ଶାସକ ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ଦଳର ପୂର୍ବତନ ନେତା ତଥା ମନ୍ତ୍ରୀ ସୋଭନ୍ ଚାଟାର୍ଜୀଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ କୋଲକାତାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜାମିନ ପ୍ରଦାନ କରିଥିଲା। କିନ୍ତୁ ପରେ ପରେ ଜାମିନ ଉପରେ କୋଲକାତା ହାଇକୋର୍ଟ ରହିତାଦେଶ ଜାରି କରିଥିଲେ।