ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ନେବା ପାଇଁ ଆଜି ସକାଳ ସୁଦ୍ଧା ‘କୋୱିନ୍ ପୋର୍ଟାଲ୍’ରେ ୩.୫ ଲକ୍ଷରୁ ଊର୍ଦ୍ଧ୍ବ ୧୫ ରୁ ୧୮ ବର୍ଷ ବୟସ ବର୍ଗର ହିତାଧିକାରୀ ପଞ୍ଜିକରଣ କରାଇଛନ୍ତି।
‘କୋୱିନ୍ ଡ୍ୟାସ୍ବୋର୍ଡ’ ତଥ୍ୟାବଳୀ ଅନୁସାରେ, ରବିବାର ସକାଳ ୯.୩୦ ସୁଦ୍ଧା ୧୫-୧୮ ବୟସ ବର୍ଗର ୩,୫୭,୯୮୪ଜଣ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି।
୧୫-୧୮ ବୟସ ବର୍ଗଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ନିମନ୍ତେ ଜାନୁଆରି ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା। ସୋମବାର ଠାରୁ ଆରମ୍ଭ ହେଉଥିବା ଏହି ଟିକାକରଣ ଅଭିଯାନରେ କେବଳ ‘କୋଭାକ୍ସିନ୍’ ଦିଆଯିବ। ଏଥିପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି।
Image Courtesy of ABP Liveସୂଚନାଯୋଗ୍ୟ, କୋଭିଡ୍-୧୯ ଟିକାକରଣ ନିମନ୍ତେ ଭାରତ ସରକାରଙ୍କ ୱେବ୍ ପୋର୍ଟାଲ୍ ‘କୋୱିନ୍’ ଭାରତର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମାଲିକାନାରେ ରହିଛି। ଭାରତର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହାର ପରିଚାଳନା ମଧ୍ୟ କରୁଛି।
ପ୍ରାପ୍ତ ଅଧିକ ସୂଚନା ଅନୁସାରେ, ଟିକା ନେବା ପାଇଁ ୧୮-୪୪ ବର୍ଷ ମଧ୍ୟରୁ ୫୭,୩୭,୧୪,୯୬୯ଜଣ ଏବଂ ୪୫ରୁ ଊର୍ଦ୍ଧ୍ବ ବର୍ଷ ମଧ୍ୟରୁ ୩୪,୭୭,୮୮,୯୨୫ଜଣଙ୍କ ସମେତ ଏପର୍ଯ୍ୟନ୍ତ ପ୍ରାୟ ୯୨,୧୮,୬୧,୮୭୮ ଜଣ ‘କୋୱିନ୍’ରେ ପଞ୍ଜିକରଣ କରିସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/jab.jpg)