ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୧୯ରୁ ଅଗଷ୍ଟ ୧୩ ଭିତରେ ମୋଟ ୧୯ ଦିନ ଅଧିବେଶନ ହେବ। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍ ଅନୁଯାୟୀ, ପାର୍ଲାମେଣ୍ଟରେ ୩୮ଟି ବିଧେୟକ ପଡ଼ିରହିଛି। ସେଥିମଧ୍ୟରୁ ୯ଟି ବିଲ୍ ଉପରେ ବିଚାର କରାଯାଇ ଗୃହୀତ କରାଯିବ ଏବଂ ୧୭ଟି ବିଲ୍ ଆଗତ କରାଯିବା ପରେ ତା’ ଉପରେ ବିଚାର କରାଯାଇ ଗୃହୀତ କରାଯିବ।

Advertisment

ଯେଉଁ ବିଲ୍‌ଗୁଡ଼ିକ ଆଗତ କରାଯିବ, ସେଗୁଡ଼ିକ ମଧ୍ୟରେ ଅଛି ଦେବାଳିଆ କୋଡ୍ ବିଲ୍, ୨୦୨୧, ଯାହା ଏକ ଅଧ୍ୟାଦେଶ ସ୍ଥାନରେ ଲାଗୁ ହେବ। ତା’ଛଡ଼ା ସୀମିତ ଦାୟବଦ୍ଧତା ଅଂଶୀଦାରୀ ବିଲ୍, ୨୦୨୧; ଜମା ବୀମା ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ବିଲ୍, ୨୦୨୧ ଏବଂ ବିଦ୍ୟୁତ୍ ବିଲ୍, ୨୦୨୧ । ତେବେ ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରୁଥିବା ଏବଂ ଅଫିସିଆଲ୍ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ କରେନ୍ସି ନିୟାମକ ବିଲ୍, ୨୦୨୧ ବି ପାସ୍ ହେବାକୁ ବାକି ଅଛି ଯାହା ଏଥିରେ ତାଲିକାଭୁକ୍ତ ହୋଇନାହିଁ ।