ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଯିବା ପରେ ଏବେ ଏୟାର୍ ଇଣ୍ଡିଆକୁ ତାଗିଦ୍ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)।
ଶୁକ୍ରବାର ଏୟାର ଇଣ୍ଡିଆକୁ ଡିଜିସିଏ ଏକ କଡ଼ା ନିର୍ଦ୍ଦେଶ ଜାରି କରି ଏହାର ତିନି ଜଣ ପ୍ରମୁଖ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛି।
ସେହି ଅଧିକାରୀମାନେ ହେଉଛନ୍ତି ଡିଭିଜନାଲ୍ ଭାଇସ୍ ପ୍ରେସିଡେଣ୍ଟ ଚୁରାହ ସିଂହ, ମୁଖ୍ୟ ପରିଚାଳିକା ପିଙ୍କି ମିତ୍ତଲ ଏବଂ କର୍ମଚାରୀ ସୂଚୀକରଣ - ଯୋଜନା ଅଧିକାରୀ ପାୟଲ୍ ଆରୋରା।
ଜୁନ୍ ୨୦ ତାରିଖରେ ଡିଜିସିଏ ବର୍ତ୍ତମାନ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ନାମିତ ଅଧିକାରୀମାନଙ୍କୁ ସେମାନଙ୍କ ବର୍ତ୍ତମାନର କାର୍ଯ୍ୟକ୍ଷମ ଭୂମିକାରୁ ତୁରନ୍ତ ବହିଷ୍କାର କରନ୍ତୁ। ଏୟାର ଇଣ୍ଡିଆକୁ ସେମାନଙ୍କ ବିରୋଧରେ ଆଭ୍ୟନ୍ତରୀଣ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
"ବିଳମ୍ବ ନକରି ଏହି ଅଧିକାରୀଙ୍କ ବିରୋଧ ଆଭ୍ୟନ୍ତରୀଣ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବା ଆବଶ୍ୟକ, ଏବଂ ଏହି ଚିଠି ଜାରି ହେବାର ୧୦ ଦିନ ମଧ୍ୟରେ ଏହି କାର୍ଯ୍ୟାଳୟକୁ ଏହି କାର୍ଯ୍ୟାନୁଷ୍ଠାନର ଫଳାଫଳ ରିପୋର୍ଟ କରାଯିବ," ବୋଲି ଡିଜିସିଏ ନିର୍ଦ୍ଦେଶରେ ଲେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/21/7f4a310a-8785-4291-8b22-5a0e36d0845e-2025-06-21-14-57-22.jpg)