‘ସିବିଆଇ’ ତଦନ୍ତ ଲାଗି ଉପରାଜ୍ୟପାଳ ସୁପାରିସ କରିବାରୁ ନୂଆ ଛାଡ଼ି ପୁରୁଣା ମଦ୍ୟ ନୀତି ଲାଗୁ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ନୂଆ ଅବକାରୀ ନୀତି ପ୍ରଚଳନ ଉପରେ ‘ସିବିଆଇ’ ତଦନ୍ତ ଲାଗି ଉପରାଜ୍ୟପାଳ ସୁପାରିସ କରିବାରୁ ସହରରେ ପୁରୁଣା ଖାଉଟି ମଦ ବିକ୍ରୟ ଯୋଜନାକୁ ଫେରିଯିବା ଲାଗି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।

ବିଶ୍ବସ୍ତସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ୨୦୨୨-୨୩ ନିମନ୍ତେ ଦିଲ୍ଲୀ ସରକାର ନୂଆ ନୀତିକୁ ସୁଗମ କରିବା ଲାଗି କାର୍ଯ୍ୟ କରୁଥିବାରୁ ଆଗାମୀ ୬ ମାସ ନିମନ୍ତେ ପୁରାତନ ଅବକାରୀ ନୀତି ଲାଗୁ କରାଯିବ।

୨୦୨୨-୨୩ର ଅବକାରୀ ନୀତିର ‘ରଫ୍‌ ଡ୍ରାଫ୍ଟ’ ଉପରାଜ୍ୟପାଳ ବିନୟୀ କୁମାର ସାକ୍ସେନାଙ୍କ ଅନୁମୋଦନ ପାଇଁ ପଠାଯିବ। ଚଳିତ ବର୍ଷ ମାର୍ଚ ୩୧ ପରେ ୨୦୨୧-୨୨ ଅବକାରୀ ନୀତି ଦୁଇଥର ବର୍ଦ୍ଧିତ କରାଯାଇ ସାରିଲାଣି। ଜୁଲାଇ ୩୧ରେ ଏହାର ଅବସାନ ଘଟିବ।

Image Courtesy of NDTV

୨୦୨୨-୨୩ର ନୂତନ ଅବକାରୀ ନୀତିରେ, ଅନ୍ୟାନ୍ୟ ସାମଗ୍ରୀ ଭଳି ଅବକାରୀ ବିଭାଗ ମଦ ‘ହୋମ୍‌ ଡେଲିଭରି’ ପାଇଁ ସୁପାରିସ କରିଛି।

ଆଜି ପୂର୍ବାହ୍ନ ୧୧ଟା ବେଳେ ସାମ୍ବାଦିକ ସମ୍ମିଳନୀ ଡକାଇଥିବା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏ ସଂକ୍ରାନ୍ତରେ କିଛି କହିବେ‌ ବୋଲି ଆଶା ଅଛି।

ନୂତନ ନୀତି ଲାଗୁ ହେବା ପର୍ଯ୍ୟନ୍ତ ଅନ୍ୟୂନ ୬ ମାସ ଲାଗି ପୁରାତନ ଅବକାରୀ ନୀତିକୁ ଫେରିଯିବା ଲାଗି ଗୁରୁବାର ଦିନ ସିସୋଦିଆ ଅବକାରୀ ବିଭାଗକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର