ମୋଦୀ-ଜିନ୍‌ପିଙ୍ଗ୍‌ଙ୍କ ବୈଠକ ପରେ ଭାରତ-ଚୀନ୍ ସୀମାନ୍ତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସାମରିକ ଅଭ୍ୟାସ କଲା ଚୀନ୍‌

ନୂଆଦିଲ୍ଲୀ : କିଛି ଦିନ ତଳେ ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ବିଷୟରେ ଆଲୋଚନା କରିଥିଲେ । ଏବେ ସେ ନିଜ ଦେଶକୁ ଫେରି ଯାଇଥିବା ବେଳେ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି ଭାରତ-ଚୀନ୍‌ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖାରେ ସାମରିକ ଅଭ୍ୟାସ ଆରମ୍ଭ କରିଛି ।

ଭାରତୀୟ ସେନା ମୁତାବକ, ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍‌ ସେନା ପକ୍ଷରୁ ମୋର୍ଟାର ଫାୟାରିଙ୍ଗ୍‌, ଗ୍ରେନେଡ୍‌ ଲବିଂ ଏବଂ ଗୁଳିଚାଳନାର ଅଭ୍ୟାସ ଜାରି ରହିଛି । ନିୟନ୍ତ୍ରଣ ରେଖା ନିକଟରେ ଏଭଳି ଅଭ୍ୟାସ ଜାରି ରହିଥିବାରୁ ଦୁଇ ପକ୍ଷର ସେନା  ପରସ୍ପରର ଗତିବିଧି ଉପରେ ନଜର ରଖିଛନ୍ତି । ଏହା ସହ ଚୀନ୍‌ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ରାସ୍ତା ନିର୍ମାଣ ମଧ୍ୟ କରାଯାଉଛି ।

Image result for Modi-Xi meet
Livemint

୨୦୧୭-୧୮ରେ ଚୀନ୍‌ ପକ୍ଷରୁ ଏଭଳି ୪୦୦ଟି ସାମରିକ ଅଭ୍ୟାସ କରାଯାଇଥିବା ବେଳେ ୨୦୧୮-୧୯ରେ ଏହା ୪୫୦କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର