କୋଭାକ୍ସିନ ଓ ନାଜାଲ ସ୍ପ୍ରେ ମିଶ୍ରଣ ଉପରେ ଅଧ୍ୟୟନ ଲାଗି ଭାରତ ବାୟୋଟେକକୁ ଅନୁମତି

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା ଓ ଆଡୋନାଭାଇରାଲ ଇଣ୍ଟ୍ରାନାଜାଲ୍ ଟିକା ମଧ୍ୟରେ ମିଶ୍ରଣର ଅଧ୍ୟୟନ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)  ଅନୁମତି ଦେଇଛନ୍ତି ।

ସ୍ବେଚ୍ଛାସେବୀଙ୍କୁ ଏହି ମିଶ୍ରିତ ଟିକା ଦିଆଯିବା ପରେ  ସେମାନଙ୍କ ଶରୀରରେ କେତେ ପରିମାଣରେ ଇମ୍ୟୁନୋଜେନେସିଟି ସୃଷ୍ଟି ହେଉଛି ଓ ଏହା କେତେ ସୁରକ୍ଷିତ ତାହାର ଅଧ୍ୟୟନ କରାଯିବ । ୨ କିମ୍ବା ୩ଟି ପର୍ଯ୍ୟାୟରେ ଏହି କ୍ଲିନିକାଲ ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି । ଏହି ଦୁଇ ଟିକା ମଧ୍ୟରେ ମିଶ୍ରଣ ଉପରେ ଅଧ୍ୟୟନ ଲାଗି ଗତ ଜୁଲାଇ ମାସରେ ଭାରତ ବାୟୋଟେକ୍ ଆବେଦନ କରିଥିଲା । ଜୁଲାଇ ୨୯ ତାରିଖରେ ଏହି ଆବେଦନକୁ ଡିସିଜିଆଇର ସବଜେକ୍ଟ ଏକପର୍ଟ କମିଟି ଆଗରେ ଉପସ୍ଥାପନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଏବେ ଦେଶରେ ଟିକାକରଣ ପାଇଁ ବ୍ୟବହାର କରାଯାଉଥିବାବେଳେ ଏହି କମ୍ପାନି ଦ୍ବାରା ପ୍ରସ୍ତୁତ ନାଜାଲ ସ୍ପ୍ରେ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି ।

ସମ୍ବନ୍ଧିତ ଖବର