ପିଲାମାନଙ୍କ ଶରୀରରେ କୋଭାକ୍ସିନ ଟିକାର ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ : କରୋନା ଭୁତାଣୁର କେତେକ ନୂଆ ପ୍ରକାର ପିଲାମାନଙ୍କୁ ମଧ୍ୟ ଆକ୍ରାନ୍ତ କରୁଥିବା ଜଣାପଡ଼ିବାପରେ ପିଲାମାନଙ୍କ ପାଇଁ କରୋନା ଟିକା ପ୍ରସ୍ତୁତି ଦିଗରେ ତତ୍ପରତା ପ୍ରକାଶ ପାଇଛି ।
ଭାରତରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପିଲାମାନଙ୍କ ଉପରେ ୨ୟ ଓ ୩ୟ ପର୍ୟ଼୍ୟାୟ ପରୀକ୍ଷଣ ଆରମ୍ଭ କରିବାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଅନୁମତି ଦେଇଛନ୍ତି । ଆସନ୍ତା ୧୦ରୁ ୧୨ ଦିନ ମଧ୍ୟରେ ୨ରୁ ୧୮ ବର୍ଷର ପିଲାମାନଙ୍କ ଶରୀରରେ ଏହି ୨ୟ ଓ ୩ୟ ପର୍ୟ଼୍ୟାୟ କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରାଯ଼ିବ ବୋଲି ନିତି ଆୟୋଗ ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡ. ଭି.କେ.ପଲ କହିଛନ୍ତି ।
ଏହା ପୂର୍ବରୁ ଫାଇଜର ଟିକାକୁ ୧୨ରୁ ୧୫ ବର୍ଷ ପିଲାଙ୍କୁ ଦେବା ପାଇଁ ଆମେରିକା, କାନାଡା, ସିଂଗାପୁର ପ୍ରଭୃତି ଦେଶରେ ଅନୁମତି ଦିଆଯ଼ାଇଥିଲା ।
ଅନ୍ୟପକ୍ଷରେ ଆମେରିକାର ଆଉ ଦୁଇଟି ଟିକା ମଡର୍ଣ୍ଣା ଓ ଜନସନ ଟିକାକୁ ମଧ୍ୟ ପିଲାମାନଙ୍କୁ ଦେବା ପାଇଁ ଯ଼ୋଜନା କରାଯ଼ାଉଛି । ଏଥିପାଇଁ ଉଭୟ ଟିକା ଏବେ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର