ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ) ଦ୍ବାରା ପ୍ରସ୍ତୁତ କରୋନା ନିବାରଣ ଔଷଧକୁ ଆଜି ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଂଜୁରି ଦେଇଛି। ଏହି କୋଭିଡ୍ ପ୍ରତିରୋଧକ ଔଷଧର ନାମ ରହିଛି ‘୨-ଡିଜି’। ଏହାକୁ ଆଜିଠାରୁ କୋଭିଡ୍ ଚିକିତ୍ସାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ତେବେ କେବଳ ଡାକ୍ତରଙ୍କ ପରମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଏହି ଔଷଧ ଦେବାପାଇଁ ପ୍ରୋଟୋକଲ ରହିଛି। ଡିଆର୍ଡିଓ ଏହି ଔଷଧକୁ ଡ. ରେଡିଜ୍ ଲ୍ୟାବ୍ ସହିତ ମିଳିତ ପ୍ରୟାସରେ ପ୍ରସ୍ତୁତ କରିଛି।
ଏହି ଔଷଧ ପାଉଡ୍ର ଭଳି ଏବଂ ଏହା ଶିଶିରେ ଉପଲବ୍ଧ ହେବ। ଏହାକୁ ସହଜରେ ପାଣିରେ ଗୋଳି ସେବନ କରାଯାଇପାରିବ। ଔଷଧର ପରୀକ୍ଷଣ ପ୍ରୟୋଗ ପରେ ବହୁ ସଂଖ୍ୟାରେ କୋଭିଡ୍ ପଜିଟିଭ୍ ରୋଗୀଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ଏବଂ ଏହା ବେଶ୍ ସଫଳ ପ୍ରମାଣିତ ହୋଇଛି । ରୋଗୀଙ୍କ ଅକ୍ସିଜେନ୍ ଅଭାବଜନିତ ସମସ୍ୟା ମଧ୍ୟ ଏହି ଔଷଧ ଦୂର କରିବ ବୋଲି କୁହାଯାଇଛି। ଦେଶରେ ପ୍ରତିଦିନ ନୂଆ ସଂକ୍ରମଣ ମାମଲା ୪ ଲକ୍ଷରୁ ଅଧିକ ରହୁଥିବା ବେଳେ ଏହି ଔଷଧକୁ ମଂଜୁରି ମିଳିବା ଏକ ପ୍ରକାର ଆଶ୍ବସ୍ତି ଆଣିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/4fh64fs6h465fs8sf7hfs4hf4sh4f5s6hhhhhhhhhhhhhhhhhhhhh.jpg)