ଜମ୍ମୁ କାଶ୍ମୀରରେ ଡିଡିସି ନିର୍ବାଚନ, ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଭୋଟ୍‌

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପରେ ଆଜି ପ୍ରଥମ ଥର ପାଇଁ କାଶ୍ମୀରରେ ଡିଡିସି (ଜିଲ୍ଲା ବିକାଶ ପରିଷଦ) ନିର୍ବାଚନ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟ ଡିଡିସି ନିର୍ବାଚନ ଥିଲା। ପ୍ରବଳ ଥଣ୍ଡା ଏବଂ ବରଫପାତ ସତ୍ତ୍ବେ ଭୋଟ୍‌ ଗ୍ରହଣ ହୋଇଛି। ନିର୍ବାଚନ ୮ଟି ପର୍ଯ୍ୟାୟରେ ହେଉଛି। ଡିସେମ୍ବର ୧୯ରେ ନିର୍ବାଚନ ଶେଷ ହେବ ଏବଂ ଡିସେମ୍ବର ୨୨ରେ ଫଳାଫଳ ଆସିବ। ୧୪୨୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ୭ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରୁ ୩.୭୨ ଲକ୍ଷ କାଶ୍ମୀରର ହୋଇଥିବାବେଳେ ୩.୨୮ ଲକ୍ଷ ଜମ୍ମୁର।

ସମ୍ବନ୍ଧିତ ଖବର