ଜମ୍ମୁ ଓ କଶ୍ମୀର ଜିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନ : ଗୁପକର ମେଣ୍ଟ ୧୧୪ ଆସନରେ ଆଗୁଆ, ୭୦ ଆସନରେ ବିଜେପି

ଶ୍ରୀନଗର : ଜମ୍ମୁ ଓ କଶ୍ମୀର ଜିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ ପିଡିପିକୁ ନେଇ ଗଠିତ ଗୁପକର ମେଣ୍ଟକୁ ବିପୁଳ ସଫଳତା ମିଳିଛି । ଏପର୍ୟ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ୨୮୦ଟି ଆସନରୁ  ଗୁପକର୍ ମେଣ୍ଟ ୧୧୪ଟିରେ ଆଗୁଆ ଅଛି କିମ୍ବା ଜିତିଛି । ସେହିପରି ବିଜେପି ୭୦ଟି ଆସନରେ ଜିତିଛି କିମ୍ବା ଆଗୁଆ ରହିଛି । କଂଗ୍ରେସ ୨୩ଟି ଆସନରେ  ଜିତିଛି କିମ୍ବା ଆଗୁଆ ରହିଛି ।

ଗତ ନଭେମ୍ବର ୨୮ରୁ ଡିସେମ୍ବର ୧୯ ମଧ୍ୟରେ ୮ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୫୭ ଲକ୍ଷ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୫୧ ପ୍ରତିଶତ ଭୋଟ ଦେଇଥିଲେ । ଗତ ବର୍ଷ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହା ଥିଲା ପ୍ରଥମ ନିର୍ବାଚନ । ଫଳରେ ଏହି ନିର୍ବାଚନର ବେଶ ଗୁରୁତ୍ବ ରହିଛି ।

ଆଜିର ଫଳାପଳ ଆସିବା ପରେ ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରର ଲୋକମାନେ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ମତ ଦେଇଛନ୍ତି । ଲୋକମାନେ ବିଜେପିର ଅପପ୍ରଚାରରେ ବିଶ୍ବାସ ନ କରି ନାହାନ୍ତି । ଆମ ପ୍ରତି ଲୋକମାନଙ୍କ ଭରସା ଆମକୁ ଉତ୍ସାହିତ କରିଛି । ଏହାକୁ ଭିତ୍ତିକରି ଆମେ ଜମ୍ମୁ ଓ କଶ୍ମୀର ପୂର୍ବାବସ୍ଥା ଫେରାଇ ଆଣିବାକୁ ଦାବି କରିବୁ ।

ସମ୍ବନ୍ଧିତ ଖବର