ବେଙ୍ଗାଲୁରୁ: ଆଇପିଏଲ୍‌ ୨୦୨୪ର ୧୫ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ (ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ବାମୀ ‌ଷ୍ଟାହିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡି ଫ୍ଲାସିସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ ନିକୋଲସ ପୁରନଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

Advertisment

ଧାର୍ଯ୍ୟ ୨୦ ଓଭରରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ୫ ୱିକେଟ ହରାଇ ୧୮୧ ରନ୍ କରିଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ବିଜୟ ଲକ୍ଷ୍ୟ ୧୮୨ ରନ୍ ରହିଛି।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ କ୍ବିଣ୍ଟନ ଡି କକ୍ ୫୬ ବଲ୍‌ରେ ୮୧ ରନ୍‌ର ତୋଫାନୀ ଇନିଂସ୍ ଖେଳି ଥିବାବେଳେ କେଏଲ ରାହୁଲ ୧୪ ବଲ୍‌ରେ ୨୦ ରନ୍, ମାର୍କୋସ୍ ଷ୍ଟୋନିସ୍ ୧୫ ବଲ୍‌ରେ ୨୪ ରନ୍, ନିକୋଲସ୍ ପୁରନ୍ ବଲ୍‌ରେ ରନ୍ କରିଥିଲେ।