ଅସ୍ତରଙ୍ଗ :ଅହମଦାବାଦ ଶିଳ୍ପାଞ୍ଚଳରେ ଚିରିପାଲ୍ ପଲି ଫିଲ୍ମ କମ୍ପାନୀରେ କାମ କରୁଥିବା ଓଡ଼ିଆ ଶ୍ରମିକ ସନ୍ଦେହଜନଙ୍କ ମୃତ୍ୟୁ ପରେ ପୁଅର ମୃତ ଦେହ ବାପକୁ ଫେରାଇବାକୁ ପୁଲିସର ଜୁଲମ ଜାରି ରହିଛି| ଖାଲି ସେତିକି ନୁହେଁ ଏକ ସାଧା କାଗଜରେ ଦସ୍ତଖତ କରି ବାପ ସମେତ ଅନ୍ୟ ପାଞ୍ଚଜଣଙ୍କୁ ଅହମଦାବାଦ୍ ପୁଲିସ୍ ଅଟକ ରଖିବା ସୂଚନା ମିଳିଛି| କେବଳ ସେତିକି ନୁହେଁ,ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପାକୁ ହାଜତରେ ରଖି ନିର୍ଯାତନା ଦେବା ସହ ଜବରଦସ୍ତି ସାଧା କାଗଜରେ ଦସ୍ତଖତ କରି ନେଇଥିବା ଖବର ମିଳିଛି|
ସୂଚନା ଅନୁଯାୟୀ ଅସ୍ତରଙ୍ଗ ବ୍ଲକର ନଈଗୁଆଁ ଗ୍ରାମର ହରିଶଙ୍କର ଜେନା(୨୨) ଓରଫ ଜଟାଧାରୀ ଅହମଦାବାଦ୍ ଶିଳ୍ପାଞ୍ଚଳରେ ଥିବା ଚିରିପାଲ୍ ପଲି ଫିଲ୍ମ କମ୍ପାନିରେ କାମ କରୁଥିଲେ| ଗତ ୧୭ ତାରିଖ ରାତିରେ ସେ କାମ କରିବାକୁ ଯାଇଥିଲେ| ହଠାତ୍ ସେ ନିଖୋଜ ହୋଇଯାଇଥିଲେ|ସାଥୀରେ କାର୍ଯ୍ୟ କରୁଥିବା ଅନ୍ୟ ଓଡ଼ିଆ ଶ୍ରମିକମାନେ ବହୁତ ଖୋଜାଖୋଜି ପରେ ପ୍ରାୟ ରାତି ୩ଟାରେ ଏକ ଅଖା ବୁଜୁଳା ଭିତରୁ ତାଙ୍କୁ ମୃତ ଅବସ୍ଥାରେ ଠାବ କରିଥିଲେ| କାଳେ ବଞ୍ଚି ଯାଇପାରେ ଭାବି ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେବା ପରେ ଯୁବକ ହରିଶଙ୍କର ମୃତ୍ୟୁ ହେବା ଡାକ୍ତର ଘୋଷଣା କରିଥିଲେ| ଘଟଣା ସମ୍ପର୍କରେ ଓଡ଼ିଆ ଶ୍ରମିକମାନେ ମୃତ ହରିଶଙ୍କରଙ୍କ ଘରକୁ ଖବର ଦେଇଥିଲେ|
ଖବର ପାଇବା ପରେ ମୃତକଙ୍କ ବାପା ଗଦାଧର ଜେନା,ଗଦାଧରଙ୍କ ଭଣଜା ଓ ଅନ୍ୟଜଣେ କାଳ ବିଳମ୍ବ ନ କରି ଏଇ ଶନିବାର ଦିନ ଫ୍ଲାଇଟ୍ ଯୋଗେ ଘଟଣାସ୍ଥଳକୁ ଯାଇଥିଲେ|ସେମାନେ ଶନିବାର ରାତି ୮ଟା ବେଳେ ପହଞ୍ଚି କମ୍ପାନି ଓ ପୁଲିସ୍ ସହ ଯୋଗାଯୋଗ କରିଥିଲେ| ବାପ ଗଦାଧର ଜେନାଙ୍କ ତରଫରୁ ପ୍ରଥମେ ଇଂରାଜିରେ ଲିଖିତ ଅଭିଯୋଗ ହୋଇଥିଲା|କିନ୍ତୁ ସେଠାକାର ପୁଲିସ୍ ତାକୁ ନ ମାନି ଗୁଜୁରାଟି ଭାଷାରେ ଅଭିଯୋଗ କରିବାକୁ କହିଥିଲା| ଏପରି ନ କରିବାରୁ ବାପାକୁ ଅଟକାଇ ଦେଇଥିଲା ପୁଲିସ୍|ଖାଲି ବାପାକୁ ନୁହେଁ,ତାଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ଓ ମୃତ ହରିଶଙ୍କରଙ୍କ ଗାଁ ନଈଗୁଆଁରୁ କାମ କରୁଥିବା ତିନି ଓଡ଼ିଆଙ୍କୁ ସ୍ଥାନୀୟ ପୁଲିସ୍ ଅଟକ ରଖି ନାନାଦି ନିର୍ଯାତନା ଦେବା ଖବର ହସ୍ତଗତ ହୋଇଛି। ଓଡ଼ିଆ ଶ୍ରମିକ ହରିଶଙ୍କରର ମୃତ୍ୟୁକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସହ କାର୍ଯ୍ୟ କରୁଥିବା ଅନ୍ୟ ତିନିଜଣ ଓଡ଼ିଆଙ୍କୁ ସମ୍ପୃକ୍ତ କମ୍ପାନି ବାହାର କରି ଦେଇଛି|
/sambad/media/post_attachments/wp-content/uploads/2020/01/ahm.jpg)
ତାଙ୍କ ପୁଅ ଗଦାଧର ସହ ସେଠାକୁ ଯିବା ଓ ଅଦ୍ୟାବଧି ଫେରି ନ ଥିବାରୁ ଶ୍ରୀ ଜେନା ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି|ଏକଥା ଜାଣିବା ପରେ କିଛି ଶୁଭେଛୁ ପ୍ରଭାସୀ ଓଡ଼ିଆ ସମାଜ ସହ ଯୋଗାଯୋଗ କରିବାରୁ ସହଯୋଗର ହାତ ମିଳିଛି|ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନଙ୍କ ମୃତ୍ୟୁକାଳୀନ କ୍ଷତିପୂରଣ, ମୃତଶରୀର ବାପକୁ ହସ୍ତାନ୍ତର କରିବା,ଶ୍ରମିକଙ୍କୁ ନିୟୋଜିତ କରିଥିବା କମ୍ପାନି ସମସ୍ତ ଗ୍ରସ୍ତଖର୍ଚ୍ଚ ବହନ କରିବାକୁ ଦାବି ହୋଇଥିଲେ ବି ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ|
ହରିଶଙ୍କରର ମୃତ ଶରୀରରକୁ ତାଙ୍କ ବାପାଙ୍କୁ ତୁରନ୍ତ ହସ୍ତାନ୍ତର କରିବା ସମେତ ସମସ୍ତ କ୍ଷତିପୂରଣ ଦେବାରେ ଓଡ଼ିଶା ସରକାର ସହଯୋଗ କରିବାକୁ ନିବେଦନ କରାଯାଇଛି| ଏଥିରେ ବିଳମ୍ବ ହେଲେ ଶତାଧିକ ଓଡ଼ିଆ ରାଜା ରାସ୍ତାକୁ ଓହ୍ଲାଇବାକୁ ବିଭିନ୍ନ ସ୍ଵେଛାସେବୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି|