ସିମ୍ଲା: ହିମାଚଳ ପ୍ରଦେଶର ଲାହୋଲ ଘାଟିରେ ପର୍ବତାରୋହୀଙ୍କୁ ଆଜି ୧୯୬୮ ମସିହାରେ ଘଟିଥିବା ଏକ ବିମାନ ଦୁର୍ଘଟଣାର ଜଣେ ମୃତକଙ୍କ ଶବ ମିଳିଛି। ଫେବ୍ରୁଆରି ୭ ତାରିଖରେ ଭାରତୀୟ ବାୟୁସେନାର ଏକ ବିମାନ ଏଏନ୍-୧୨ ଉତ୍ତର କାଶୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ୧୦୨ ଜଣ ଯାତ୍ରୀ ଥିଲେ। ବିମାନ ଚଣ୍ଡିଗଡ଼ରୁ ଲେହ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ବିମାନର କିଛି ପତ୍ତା ମିଳିନଥିଲା। ୨୦୦୩ ମସିହାରେ ଏହାର ଭଗ୍ନାବଶେଷ ମିଳିଥିଲା। ଏବେ ଦୁର୍ଘଟଣାର ୫୦ ବର୍ଷ ପରେ ଏକ ପର୍ବତାରୋହୀ ଦଳ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ବରଫାବୃତ୍ତ ମୃତଦେହର କିଛି ଅଂଶ ହିମାଚଳପ୍ରଦେଶର ଢାକା ଗ୍ଲେସିୟର ବେସ୍ କ୍ୟାମ୍ପ୍ ନିକଟରୁ ଉଦ୍ଧାର କରିଛନ୍ତି । ସେମାନେ ବିମାନଟିର କିଛି ଭଗ୍ନାବଶେଷ ମଧ୍ୟ ଏହି ସ୍ଥାନରୁ ପାଇଛନ୍ତି। ଚନ୍ଦ୍ରଭାଗା-୧୩ ପିକ୍କୁ ଯାଇଥିବା ପର୍ବତାରୋହୀ ଦଳ ଗତ ଜୁଲାଇ ୧ ତାରିଖରେ ଏହି ମୃତଦେହ ଠାବ କରିବା ପରେ ପ୍ରଶାସନକୁ ଖବର ଦେଇଥିଲେ।
୫୦ ବର୍ଷ ପରେ ବରଫ ଗଦାରୁ ମିଳିଲା ଶବ
୧୯୬୮ ମସିହା ବାୟୁସେନା ବିମାନ ଦୁର୍ଘଟଣା
/sambad/media/post_attachments/wp-content/uploads/2018/07/missing-body-found-after-50-year.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)