ନୂଆଦିଲ୍ଲୀ: ଅହମ୍ମଦାବାଦସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଗ୍ରାହକଙ୍କୁ ପରଷା ଯାଇଥିବା ଖାଦ୍ୟରେ ଅସରପା ବାହାରିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ଖାଦ୍ୟରୁ ଅସରପା ବାହାରିଥିବା ହୋଟେଲର ରୋଷେଇ ଘରକୁ ୪୮ଘଣ୍ଟା ପାଇଁ ସିଲ କରି ଯାଞ୍ଚ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Advertisment

ଏହି ଘଟଣାକୁ ନେଇ ଅହମ୍ମଦାବାଦ ନଗର ନିଗମର ଖାଦ୍ୟ ବିଭାଗର ଅଧିକାରୀ ଭବିନ ଯୋଶୀ କହିଛନ୍ତି, ‘ବସ୍ତ୍ରପୁର ଅଞ୍ଚଳସ୍ଥିତ ହୋଟେଲ 'ହୟାତ ଅହମ୍ମଦାବାଦ'ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅତିଥିମାନଙ୍କୁ ଖାଦ୍ୟ ପରଷା ଯାଇଥିଲା। ଏହି ଅତିଥିମାନଙ୍କ ମଧ୍ୟରୁ ଜଣଙ୍କ ଖାଦ୍ୟରେ ଅସରପା ବାହାରିଥିଲା। ପ୍ରମାଣ ରଖିବା ପାଇଁ ସେ ଏହି ଘଟଣାର ଭିଡିଓ ବି ପ୍ରସ୍ତୁତ କରି ନେଇଥିଲେ।

ଏହି ଭିଡିଓ ମାଧ୍ୟରେ ଗ୍ରାହକ ଉକ୍ତ ହୋଟେଲ ଖାଦ୍ୟକୁ ନେଇ ଅଭିଯୋଗ କରିଥିଲେ। ଗ୍ରାହକଙ୍କ ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ପାଇଁ ହୋଟେଲର ରୋଷେଇ ଘରକୁ ୪୮ଘଣ୍ଟା ପାଇଁ ସିଲ କରି ଦିଆଯାଇଛି। ଗ୍ର‌ାହକଙ୍କ ଅଭିଯୋଗ ଯଦି ସତ ପ୍ରମାଣିତ ହେଲା ତେବେ ଉକ୍ତ ହୋଟେଲ ମାଲିକ ଓ ରୋ‌ଷେଇ ଦାୟିତ୍ବରେ ଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ ଏପରି ଅସରପା ଯୁକ୍ତ ଖାଦ୍ୟ ପରଷି ହୋଟେଲ କର୍ମଚାରୀମାନେ ଗ୍ରାହକଙ୍କ ଜୀବନ ସହିତ ଖେଳ ଖେଳିଛନ୍ତି। ସମସ୍ତ ହୋଟେଲ କର୍ମଚାରୀଙ୍କୁ ମୋର ଅନୁରୋଧ ଗ୍ରାହକମାନେ ଅନେକ ଆଶା ନେଇ ହୋଟେଲକୁ ଖାଇବାକୁ ଯାଇଥାଆନ୍ତି। ତେଣୁ ସେମାନଙ୍କୁ ଏଭଳି ବିଷାକ୍ତ ଖାଦ୍ୟ ପରଷନ୍ତୁ ନାହିଁ। ଅଧିକରୁ ଅଧିକ ଗୁଣବତ୍ତା ଖାଦ୍ୟ ପରଷିବ‌ା ପ୍ରତି ଧ୍ୟାନ ଦିଅନ୍ତୁ।’