ବାଜିର କରୁଣ ପରିଣତି, ୪୨ଟି ଅଣ୍ଡା ଖାଇ ପ୍ରାଣ ଗଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜୌନପୁରରେ ଜଣେ ବ୍ୟକ୍ତି  ୫୦ଟି ଅଣ୍ଡା ଖାଇବାକୁ ସାଙ୍ଗ ସହ ବାଜି ମାରି ଜୀବନ ହରାଇବା ଘଟଣା ଚର୍ଚ୍ଚାକୁ ଆସିଛି। ଜୌନପୁରର ବିବିଗଞ୍ଜ ବଜାରର ସୁବାସ ଯାଦବ (୪୨) ନାମକ ଜଣେ ବ୍ୟକ୍ତି ୫୦ଟି ଅଣ୍ଡା ଖାଇଦେବ ବୋଲି ନିଜ ସାଙ୍ଗ ସହ ବାଜି ରଖିଥିଲା।  ଦୁଇସାଙ୍ଗଙ୍କ ମଧ୍ୟରେ ଅଣ୍ଡା ଖାଇବା ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ସୁବାସ ୪୨ଟି ଅଣ୍ଡା ଖାଇ ସାରିବା ପରେ ଅଚେତ ହୋଇପଡ଼ିଥିଲା। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ଶୁକ୍ରବାର ସନ୍ଧ୍ୟାରେ ଏ ଅଘଟଣ ଘଟିଥିଲା।
ସମ୍ବନ୍ଧିତ ଖବର