ଶ୍ରୀନଗର: ଜମ୍ମୁ- କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତ ଘର ହାକୁରା ଅଞ୍ଚଳରେ ଆଜି (ମଙ୍ଗଳବାର) ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନଙ୍କ ଦ୍ବାରା ହୋଇଥିବା ଏହି ଗ୍ରେନେଡ୍‌ ଆକ୍ରମଣରେ ୨ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ଅନ୍ୟ ଏକାଧିକ ସାଧାରଣ ନାଗରିକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନଙ୍କୁ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି।

Advertisment

ଆତଙ୍କବାଦୀମାନଙ୍କ ଦ୍ବାରା କରାଯାଇ ଥିବା ଏହି ଗ୍ରେନେଡ୍‌ ଆକ୍ରମଣ ପରେ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦିଆଯିବା ସହ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି।