ଖାଇକୁ ଖସିଲା ଶବବାହକ ଟ୍ରକ୍‌, ୮ ମୃତ

ନୂଆଦିଲ୍ଲୀ : ନୈନିତାଲ୍‌ର ଚମ୍ପାୱତ ଜିଲ୍ଲା ସ୍ଥିତ ବାରାକୋଟ୍‌ ଅଞ୍ଚଳରେ ଏକ ଶବବାହକ ଯାନ ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲା ମୁଖ୍ୟାଳୟଠାରୁ ୪୫ କିମି ଦୂରରେ ଏହି ଦୁର୍ଘଟଣା ଘଟିଛି। ଜଣେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ବାରାକୋଟ୍‌ର ମିର୍ତୋଲି ଗ୍ରାମରୁ ରାମେଶ୍ବର ଘାଟକୁ ଶବବାହକ ଟ୍ରକ୍‌ରେ ୧୮ ଜଣ ଯାଉଥିବା ସମୟରେ ବାଟରେ ଗାଡିଟି ନିୟନ୍ତ୍ରଣ ହରାଇ ୩୦୦ ଫୁଟ୍‌ ଗଭୀର ଖାଇକୁ ଖସି ପଡ଼ିଥିଲା।

ସମ୍ବନ୍ଧିତ ଖବର