ଥାନା ବାବୁଙ୍କ ସହ ଲିଭ-ଇନରେ ରହୁଥିଲେ,ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମୃତଦେହ

ଲକ୍ଷ୍ନୌ: ଥାନା ବାବୁଙ୍କ ସହ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳାଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି | ମୃତଦେହ ପାଖରୁ ଏକ ବେଆଇନ ବନ୍ଧୁକ ମଧ୍ୟ ଜବତ ହୋଇଛି | ଉତ୍ତରପ୍ରଦେଶର ଲକ୍ଷ୍ନୌର ଲଳିତପୁରର ଥାନା ଅଧିକାରୀଙ୍କ ବାସଭବନରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଲଳିତପୁରର ଥାନା ଅଧିକାରୀ ରାହୁଲ ରାଠୋରଙ୍କ ଆପାର୍ଟମେଣ୍ଟରୁ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି |

ଏ ବାବଦରେ ସୂଚନା ପାଇବା ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି | କୁହାଯାଉଛି ଯେ ଥାନା ଅଧିକାରୀଙ୍କର ପ୍ରଥମ ପତ୍ନୀଙ୍କ ସହ ବିବାଦ ଚାଲିଥିବାବେଳେ ମମତା ସିଂ (୩୯) ନାମକ ଏହି ମହିଳାଙ୍କ ସହ ପ୍ରାୟ ବର୍ଷେ ହେବ ଲିଭ-ଇନ ରିଲେସନସିପରେ ରହିଆସୁଥିଲେ | ଆଉ ମହିଳାଙ୍କ ମୃତଦେହ ପାଖରୁ ଏକ ବେଆଇନ ପିସ୍ତଲ ମଧ୍ୟ ଜବତ କରାଯାଇଛି |

ଏହି ବେଆଇନ ପିସ୍ତଲରୁ ଗୁଳି ଚଳାଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି | ଏ ବାବଦରେ ଥାନା ଅଧିକାରୀଙ୍କୁ ପଚରାଉଚୁରା କରାଯାଉଛି | ଲଳିତପୁରରେ ଥାନା ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ରାହୁଲ ରାଠୋର ପୂର୍ବରୁ ଲକ୍ଷ୍ନୌ ସାଇବର ସେଲରେ ଥିଲେ | ତେବେ ମହିଳାଙ୍କ ମୃତ୍ୟୁ ପଛର ରହସ୍ୟ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ |

ସମ୍ବନ୍ଧିତ ଖବର