ଭାରତରେ କରୋନାର ଏକ ମାରାତ୍ମକ ଭୂତାଣୁ ସୃଷ୍ଟି ହେବାର ଆଶଙ୍କା ରହିଛି : ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁର ଏକ ମାରାତ୍ମକ ରୂପାନ୍ତରଣ ବା ମ୍ୟୁଟେସନ ଦେଖାଯାଇପାରେ । ଏହା ବ୍ରିଟେନରେ ଦେଖାଦେଇଥିବା କରୋନା ଭୁତାଣୁ ତୁଳନାରେ ଅଧିକ ମାରାତ୍ମକ ହେବାର ଆଶଙ୍କା ଅଛି ବୋଲି ଆଜି ନିତି ଆୟୋଗ ସଚିବ (ସ୍ବାସ୍ଥ୍ୟ) ଭି.କେ. ପଲ ସତର୍କ କରାଇଦେଇଛନ୍ତି ।

ଗତ ବର୍ଷ ଚୀନରେ ଚିହ୍ନଟ କରୋନା ଭାଇରସ ସମଗ୍ର ବିଶ୍ବକୁ କବଳିତ କରିରଖିଥିବା ବେଳେ ଏହି ଭୂତାଣୁ ଧୀରେ ଧୀରେ ନିଜକୁ ବଦଳାଉଛି । ଏବେ ବ୍ରିଟେନରେ ଏହି ଭୂତାଣୁର ନୂଆ ରୂପାନ୍ତରଣ ବା ଷ୍ଟ୍ରେନ, ତା’ ପରେ ଦକ୍ଷିଣ ଆଫ୍ରିକା ଓ ନାଇଜେରିଆରେ ଆଉ ଦୁଇଟି ପ୍ରକାରର ଷ୍ଟ୍ରେନ ବାହାରିବା ପରେ ସମଗ୍ର ବିଶ୍ବରେ ସାନି ଆତଙ୍କ ଦେଖାଦେଇଛି । ବ୍ରିଟେନରେ ଦେଖାଦେଇଥିବା ଭୂତାଣୁ ଏବେ ବିଶ୍ବର ବିଭିନ୍ନ ଦେଶରେ ପହଞ୍ଚିସାରିଲାଣି ।

ବ୍ରିଟେନରୁ ଭାରତ ଆସିଥିବା ୬ ଜଣ ଭାରତୀୟ ଏହି ନୂଆ ଭୂତାଣୁ ଦ୍ବାରା ଆକ୍ରାନ୍ତ ବୋଲି ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୬ଟି ମଧ୍ୟରୁ ବାଙ୍ଗାଲୁରୁର ନିମହାନ୍ସରେ ୩ଟି, ହାଇଦ୍ରାବାଦର ସିସିଏମସିରେ ୨ଟି ଓ ପୁନେର ଏନଆଇଭିରେ ଗୋଟିଏ ଚିହ୍ନଟ ହୋଇଛି ।

ବ୍ରିଟେନ ଭୂତାଣୁ ସହଜରେ ଓ ଦ୍ରୁତ ଗତିରେ ଜଣଙ୍କ ଶରୀରରୁ ଅନ୍ୟମାନଙ୍କ ଶରୀରକୁ ସଂକ୍ରମିତ ହୋଇଯାଉଛି । ଏଣୁ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ ବୋଲି ଡ.ପଲ କହିଛନ୍ତି ।

ସମ୍ବନ୍ଧିତ ଖବର