ସରକାରୀ ଯୋଜନାରେ ଆଧାରକାର୍ଡ ସଂଯୋଗ କରିବାର ସମୟ ସୀମା ବଢ଼ିଲା

ହିତାଧିକାରୀଙ୍କୁ ମିଳିଲା ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଶ୍ୱସ୍ତି

ନୂଆଦିଲ୍ଲୀ: ଆଧାରକାର୍ଡକୁ ସରକାରଙ୍କ ବିଭିନ୍ନ ଯୋଜନା ସହିତ ସଂଯୋଗ କରିବା ନେଇ ପୂର୍ବ ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହିତାଧିକାରୀଙ୍କୁମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାରଣ ସରକାରଙ୍କ ବଡ଼ ଯୋଜନା ଗୁଡ଼ିକରେ ଆଧାରକାର୍ଡ ନମ୍ବରକୁ ଯୋଡ଼ିବା ବାଧ୍ୟତାମୂଳକ ଥିଲା ଓ ଏଥି ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଦିଆଯାଇଥିଲା। କିନ୍ତୁ ହିତାଧିକାରୀ ସେମାନଙ୍କର ଆଧାରକାର୍ଡକୁ ସରକାରୀ ଯୋଜନା ସହିତ ଆଶାନୁରୂପକ ସଂଖ୍ୟାରେ ଯୋଡ଼ିପାରି ନଥିବାରୁ ସରକାରଙ୍କ ପକ୍ଷରୁ ବୁଧବାର ତାରିଖ ବଢ଼ାଇ ଦିଆଯାଇ ୨୦୧୮ ମାର୍ଚ୍ଚ ୩୧ ରଖାଯାଇଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

ଆଡଭୋକେଟ ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି, ଯେଉଁ ଲୋକଙ୍କର ସରକାରୀ ଯୋଜନାରେ ଆଧାରକାର୍ଡ ଲିଙ୍କ ନ ଥିବ, ସେ ସଂପୃକ୍ତ ଯୋଜନାରୁ ମିଳୁଥିବା ସରକାରୀ ସହାୟତାରୁ ବଞ୍ଚିତ ହେବେ। ପୂର୍ବରୁ କେନ୍ଦ୍ର ସରକାର ବ୍ୟାଙ୍କ ଜମା ଖତା ସହିତ ଆଧାରକାର୍ଡକୁ ଲିଙ୍କ କରିବା ପାଇଁ  ସମୟସୀମା ୨୦୧୭ ଡିସେମ୍ବର ୩୧କୁ ନିର୍ଦ୍ଧାରିତ କରିଥିଲେ।

ଆଜିର ଦିନରେ ଆଧାରକାର୍ଡ ସବୁ କାମରେ ଗୁରୁତ୍ୱପୂର୍ଣ୍ଣ କାମ କରୁଛି। ରାଜ୍ୟ ହେଉ ବା କେନ୍ଦ୍ର ସରକାରଙ୍କ ପାଖରେ ଆଧାରକାର୍ଡ ବ୍ୟକ୍ତିର ଅସଲ ପରିଚୟ ପତ୍ର ଭାବରେ ସାହାଯ୍ୟ କରୁଛି। ଏଥି ପାଇଁ ସରକାର ମଧ୍ୟ କାମ କରୁଛନ୍ତି। ବିନା ଆଧାରକାର୍ଡରେ ପାସପୋର୍ଟ ପ୍ରସ୍ତୁତ କରିବା, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଟେଲିଫୋନ୍‌ ଓ ମୋବାଇଲ୍‌ କନେକ୍ସନ ନେବା, ରେଳ ଟିକେଟ କାଟିବା ସହଜ ହେଉ ନାହିଁ। ନିିକଟରେ ନିର୍ବାଚନ ଆୟୋଗ ଆଧାରକାର୍ଡକୁ ଭୋଟ ପରିଚୟ ପତ୍ର ସହିତ ତୁଳନା କରିଥିଲେ।

ସରକାର କହିଛନ୍ତି ଯେଉଁ ବ୍ୟକ୍ତିଙ୍କର ସରକାରୀ ଯୋଜନାରେ ଆଧାରକାର୍ଡ ଲିଙ୍କ ନ ଥିବ, ସେ ସଂପୃକ୍ତ ଯୋଜନାରୁ ମିଳୁଥିବା ସରକାରୀ ସହାୟତାରୁ ବଞ୍ଚିତ ହେବେ। ପୂର୍ବରୁ କେନ୍ଦ୍ର ସରକାର ବ୍ୟାଙ୍କ ଜମା ଖତା ସହିତ ଆଧାରକାର୍ଡକୁ ଲିଙ୍କ କରିବା ପାଇଁ ୨୦୧୭ ଡିସେମ୍ବର ୩୧କୁ ସମୟସୀମା ଭାବେ ନିର୍ଦ୍ଧାରିତ କରିଥିଲେ।

ଆଧାରକାର୍ଡକୁ କର୍ମଚାରୀ ଭବିଷ୍ୟ ନିଧି ସହିତ ସାମିଲ କରି ଦିଆଯାଇଛି। ଏହାରି ମାଧ୍ୟମରେ କର୍ମଚାରୀ ଜମା ଟଙ୍କାରୁ ପିଏଫ୍‌ ସିଧାସଳଖ ଟ୍ରାନ୍ସଫର କରି ପାରିବ। ସେହିପରି ଆଧାରଲିଙ୍କ ଆୟକର ରିଟର୍ଣ୍ଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ କରିବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରି ଦିଆଯାଇଛି। ଡିଜିଟାଲ ପେମେଣ୍ଟରେ ମଧ୍ୟ ଆଧାରକାର୍ଡ କାମ କରୁଛି।

ସମ୍ବନ୍ଧିତ ଖବର