ନୂଆଦିଲ୍ଲୀ: କିଛି ଦିନ ତଳେ ଅଗଷ୍ଟ ୧୫ମଧ୍ୟରେ କରୋନା ଟିକା ବ୍ୟବହାର ଆରମ୍ଭ ହେବ ବୋଲି କହିଥିଲା ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର୍) | ଆଜି ଆଇସିଏମ୍ଆରର ଏଭଳି କଥାକୁ ନେଇ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଏକାଡେମି ଅଫ୍ ସାଇନ୍ସ ନିଜର ମତ ରଖିଛି | ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅଗଷ୍ଟ ୧୫ ସୁଦ୍ଧା କରୋନାଭାଇରସ୍ ସଂକ୍ରମଣ ପାଇଁ ଟିକା ବଜାରକୁ ଆଣିବା କଥା “ଅସମ୍ଭବ” ତଥା “ଅବାସ୍ତବ” ଅଟେ ବୋଲି କହିଛି ଆଇଏଏସ।
The Indian Expressଏହି ରୋଗର ପ୍ରସାରକୁ ରୋକିବା ପାଇଁ ଏକ ଟିକା ବାହାର କରିବା ଏବେ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ ବୋଲି ସ୍ୱୀକାର କରି ବୈଜ୍ଞାନିକମାନେ କହିଛନ୍ତି ଯେ, ମନୁଷ୍ୟ ଉପରେ ବ୍ୟବହାର ହେବାକୁ ଥିବା ଏକ ଟିକା ବିକାଶ କରିବା ପୂର୍ବରୁ ଚମତ୍କାର ଢଙ୍ଗରେ ଏହାର କ୍ଲିନିକାଲ୍ ପରୀକ୍ଷା କରାଯିବ ଆବଶ୍ୟକ | ଯାହା ଏତେ କାମ ସମୟ ମଧ୍ୟରେ ସମ୍ଭବ ନୁହେଁ | ଆମେ ଟିକାର ମାନବ ପରୀକ୍ଷଣକୁ ସ୍ୱାଗତ କରୁଛୁ, କିନ୍ତୁ ଅଗଷ୍ଟ ୧୫ ସୁଦ୍ଧା ଏହା ସମସ୍ତଙ୍କ ବ୍ୟବହାର ଯୋଗ୍ୟ ହେବା କଥା ଅସମ୍ଭବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-41.jpg)