ନାଗପୁର: ଯଦି ବିଶ୍ୱର ଉତ୍ତାପ ପ୍ରାକ୍-ଶିଳ୍ପସ୍ତର (୧. ୫ ଡିଗ୍ରି ସେଲିସିୟସ୍) ଠାରୁ ୨ ଡିଗ୍ରି ସେଲିସିୟସ୍ ବଢ଼ିଯାଏ ତେବେ ଭାରତ ମାରାତ୍ମକ ବାର୍ଷିକ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହୋଇପାରେ। ୨୦୧୫ରେ ଏ ଭଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୫୦୦ ଲୋକ ପ୍ରାଣ ହରାଇଥିଲେ। ସୋମବାର ଦିନ ‘ଇଣ୍ଟର୍ଗଭର୍ଣ୍ଣମେଣ୍ଟାଲ୍ ପାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ୍’ (ଆଇପିସିସି) ଏ ଭଳି ରିପୋର୍ଟ ପ୍ରକାଶ କରିଛି।
ଏହି ରିପୋର୍ଟର ପ୍ରୟୋଗ ସଂକ୍ରାନ୍ତରେ ଆସନ୍ତା ଡିସେମ୍ବର ମାସରେ ପୋଲାଣ୍ଡ ଠାରେ ଆୟୋଜନ କରାଯାଉଥିବା କାଟୋଓ୍ଵିସ୍ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଆଲୋଚନା କରାଯିବ। ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ସେଠାରେ ବିଭିନ୍ନ ଦେଶର ସରକାର ପ୍ୟାରିସ୍ ଏଗ୍ରିମେଣ୍ଟ୍ର ସମୀକ୍ଷା କରିବେ। ଅନ୍ୟତମ ଅଙ୍ଗାରକାମ୍ଳ ଉଦ୍ଗୀରଣକାରୀ ଦେଶ ଭାବେ ଭାରତ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ।
୧.୫ ଡିଗ୍ରି ସେଲିସିୟସ୍ ବିଶ୍ୱ ତାପମାନ ଉପରେ ସ୍ୱତନ୍ତ୍ର ରିପୋର୍ଟ ଚେତାବନୀ ଦେଇଛି ଯେ ୨୦୩୦ ରୁ ୨୦୫୨ ମଧ୍ୟରେ ତାପମାନ ସମାନ ସ୍ତରରେ ବୃଦ୍ଧି ପାଇ ଚାଲିଲେ ୨୦୩୦ ସୁଦ୍ଧା ବିଶ୍ୱ ତାପମାନ ୧. ୫ ଡିଗ୍ରି ସ୍ତରକୁ ଉଲ୍ଲଂଘନ କରିଯିବ।
ଆଇପିସିସି ରିପୋର୍ଟ ଉଲ୍ଲେଖ କରିଛି ଯେ ଭାରତୀୟ ଉପମହାଦେଶରେ ବିଶେଷକରି କୋଲ୍କାତା ଏବଂ କରାଚି ସହର ଭୀଷଣ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହୋଇ ପାରେ।
ମଣିଷ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ଅତି ଜଟିଳ ହେବ ଏବଂ କୋଟି କୋଟି ଲୋକଙ୍କ ଜୀବନହାନିର କାରଣ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/heatweave.jpg)