ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁର ମାନ ‘ଅତି ସାଂଘାତିକ’ ଶ୍ରେଣୀରେ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ ଦିଲ୍ଲୀରେ ବାୟୁର ମାନ ଶୁକ୍ରବାର ସକାଳ ୯.୩୦ରେ ୪୨୬ ଥିଲା। ଆନନ୍ଦ ବିହାର ଏବଂ ଜାହାଙ୍ଗିରପୁରୀ ଦିଲ୍ଲୀର ସବୁଠୁ ପ୍ରଦୂଷିତ ଅଞ୍ଚଳ। ଅନ୍ୟପକ୍ଷରେ ନଏଡ଼ା ଏବଂ ଗୁରୁଗ୍ରାମରେ ମଧ୍ୟ ଅତି ସାଂଘାତିକ ପ୍ରଦୂଷଣ ଦେଖିବାକୁ ମିଳିଛି। ଏଠାରେ ଏକ୍ୟୁଆଇ ଯଥାକ୍ରମେ ୫୬୨ ଏବଂ ୫୯୩ ରହିଛି। କିଛି ସ୍ଥାନରେ ଏକ୍ୟୁଆଇ ୮୦୦ ମଧ୍ୟ ଟପିଯାଇଛି। ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ପରେ ଦିଲ୍ଲୀରେ ମିନି ଲକ୍ଡାଉନ୍ ଜାରି ହୋଇଛି। ଦିଲ୍ଲୀ ସହର ପାଇଁ ନୂଆ କଟକଣା ଲାଗୁ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ପଂଜାବ ପ୍ରତିପକ୍ଷ ଭଗୱନ୍ତ ମାନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ବାୟୁ ପ୍ରଦୂଷଣ ସମଗ୍ର ଉତ୍ତର ଭାରତର ସମସ୍ୟା।
ନିୟନ୍ତ୍ରଣ ପାଇଁ ସରକାରୀ ପଦକ୍ଷେପ
ସମସ୍ତ ପ୍ରାଥମିକ ସ୍କୁଲ୍ ବନ୍ଦ; ପୁଣି ଅନ୍ଲାଇନ୍ ପାଠପଢ଼ା
ବିଏସ୍-୬ ତଳକୁ ଥିବା ଡିଜେଲ କାର୍ ସମ୍ପୂର୍ଣ୍ଣ ନିଷିଦ୍ଧ
୫ ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲା ବାହାରେ ଖେଳିବା ମନା
ହଟ୍ ସ୍ପଟ୍ ଅଞ୍ଚଳରେ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ
୫୦୦ ଘରୋଇ ପରିବେଶ ଉପଯୋଗୀ ବସ୍ ଚାଲିବ
ସରକାରୀ ଅଫିସ ୫୦% କ୍ଷମତାରେ ଚାଲିବ
୫୦% କର୍ମଚାରୀ ଘରୁ କାମ କରିବେ
ସମସ୍ତ ଘରୋଇ ଅଫିସ୍ ମଧ୍ୟ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି
ଦିଲ୍ଲୀରେ ଟ୍ରକ୍ ପ୍ରବେଶ ନିଷିଦ୍ଧ
The Indian Expressକେବଳ ଦିଲ୍ଲୀ ସରକାର ଏବଂ ପଂଜାବ ସରକାର ଏଥିପାଇଁ ଦାୟୀ ନୁହନ୍ତି। ଏବେ ପରସ୍ପରକୁ ଦୋଷ ଦେବାର ସମୟ ନୁହେଁ। କେନ୍ଦ୍ର ସରକାର ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ। କେଜ୍ରିୱାଲ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ।
/sambad/media/post_attachments/wp-content/uploads/2019/11/delhi-air-polluction-f-750x430.jpg)
ଆଜିଠାରୁ ଦିଲ୍ଲୀରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିବ। ଦିଲ୍ଲୀ ପ୍ରଦୂଷଣରେ ସୁଧାର ଆସିବା ପର୍ଯ୍ୟନ୍ତ ସମସ୍ତ ପ୍ରାଥମିକ ସ୍କୁଲ୍ ବନ୍ଦ ରହିବ। ୫ ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲାଙ୍କୁ ବାହାରେ ଖେଳିବା ପାଇଁ ମନା କରାଯାଇଛି। ଆବଶ୍ୟକ ସ୍ଥଳେ ଦିଲ୍ଲୀରେ ପୁଣିଧରେ ଯୁଗ୍ମ ଅଯୁଗ୍ମ ଫର୍ମୁଲା ଲାଗୁହେବ ବୋଲି ମଧ୍ୟ କେଜ୍ରିୱାଲ କହିଛନ୍ତି। ପଂଜାବରେ ନଡ଼ାପାଳ ଜାଳିବା ବନ୍ଦ କରିବା ପାଇଁ ଯେଉଁ ସବୁ ଯୋଜନା ହାତକୁ ନିଆଯାଇଥିଲା ତାହା ବିଫଳ ହୋଇଛି ଏବଂ ଏଥିପାଇଁ ଆପ୍ ସରକାର ଦାୟୀ ବୋଲି କେଜ୍ରିୱାଲ ସ୍ବୀକାର କରିଛନ୍ତି। ଆସନ୍ତାବର୍ଷଠାରୁ ନଡ଼ାପାଳ ଜଳିବା କମ୍ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
କେଜ୍ରିୱାଲଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଦିଲ୍ଲୀରେ ୫୦ ପ୍ରତିଶତ ସରକାରୀ କର୍ମଚାରୀ ଘରୁ କାମ କରିବାପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ରାୟ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ୬ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍ ଗଠନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/delhi-pollu.jpg)