ଲାହୋର: ପାକିସ୍ତାନର ଅନ୍ୟତମ ପ୍ରମୁଖ ସହର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି। ଘନ ଧୂମ କୁହୁଡ଼ି (ସ୍ମଗ୍) କବଳରେ ସମଗ୍ର ସହର ଆଚ୍ଛାଦିତ ହୋଇଛି। ସହରର ବାୟୁ ସୂଚକାଙ୍କ ସାଂଘାତିକ ଭାବେ ହ୍ରାସ ପାଇ ୧୦୬୭ରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ମାନକ ଜାରି କରିଛି।
ଏହି ମାନକ ଅନୁସାରେ, ଏକ ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ପିଏମ୍ ୨.୫ (ଅତି ସୂକ୍ଷ୍ମ ଧୂଳିକଣା) ୧୫ ମାଇକ୍ରୋଗ୍ରାମ୍ରୁ ଅଧିକ ହେଲେ ବାୟୁ ପ୍ରଦୂଷିତ ବୋଲି ଗ୍ରହଣ କରାଯିବ। ଲାହୋରରେ ମାରାତ୍ମକ ପ୍ରଦୂଷକ ପିଏମ୍ ୨.୫ର ମାତ୍ରା ୬୧୦ରେ ପହଞ୍ଚିଛି। ଏହି କାରଣରୁ ସମଗ୍ର ସହରେ ଘନ ଧୂମ୍ର କୁହୁଡ଼ି ସୃଷ୍ଟି ହୋଇଛି। ବାୟୁ ମାନ ଅତି ସାଂଘାତିକ ସ୍ତରରେ ପହଞ୍ଚିବାରୁ ଲୋକଙ୍କୁ ନିଶ୍ବାସ ନେବାରେ କଷ୍ଟ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/04/ZCBeMBhX5isf4pNtILgw.jpg)