ନୂଆଦିଲ୍ଲୀ: ସତଲଜ ନଦୀରେ ଆସିଥିବା ବନ୍ୟାରେ ଭାସିଭାସି ଜଣେ ବ୍ୟକ୍ତି ପଞ୍ଜାବରୁ ପାକିସ୍ତାନ ପହଞ୍ଚି ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଲାହୋରରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଜଣାପଡ଼ିଲା କି ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଦିବ୍ୟାଙ୍ଗ କାରଣ ସେ କଥା କହି କି ଶୁଣି ପାରନ୍ତି ନାହିଁ। କେବଳ ସାଙ୍କେତିକ ଭାଷା ବୁଝି ପାରନ୍ତି। ଉଦ୍ଧାର ପରେ ଡାକ୍ତରିମାଇନା ପାଇଁ ପଠାଯାଇଥିଲା। ସେଠାରୁ ତାଙ୍କୁ ଗୁଇନ୍ଦା ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି।

Advertisment

ପାକିସ୍ତାନର ରେସକ୍ୟୁ ୧୧୨୨ର ପ୍ରବକ୍ତା ଗତ ବୁଧବାର କହିଛନ୍ତି, ଉଦ୍ଧାର ହୋଇଥିବା ୫୦ବର୍ଷୀୟ ଭାରତୀୟ ନାଗରିକ ଜଣେ ଦିବ୍ୟାଙ୍ଗ। ସେ ସାଙ୍କେତିକ ଭାଷାରେ କଥାବର୍ତ୍ତା କରନ୍ତି। ଦିବ୍ୟାଙ୍ଗଙ୍କ ହାତରେ ଅଙ୍କା ଯାଇଥିବା ଟାଟୁକୁ ଦେଖି ସେ ଜଣେ ଭାରତୀୟ ବୋଲି ଆମେ ଜାଣିଥିଲୁ। କାରଣ ସେ ତାଙ୍କ ଡାହାଣ ହାତରେ ହିନ୍ଦୀ ଭାଷାରେ ଏକ ଟାଟୁ ଆଙ୍କିଥିଲେ। ଯିଏକି ବନ୍ୟା ପାଣିରେ ଭାସିଭାସି ଏଠାକୁ ଚାଲି ଆସିଥିବା ଆମେ ଅନୁମାନ କରୁଛି।

କିଛିଦିନ ତଳେ ସତଲଜ ନଦୀରେ ଆସିଥିବା ବନ୍ୟା ହେତୁ ଗଣ୍ଡା ସିଂହ ବାଲା ଓ ତାର ଆଖପାଖ ଅଞ୍ଚଳରେ ଥିବା ଅନେକ ଗ୍ରାମ ପ୍ରଭାବିତ ହୋଇଥିଲା। ପଞ୍ଜାବ ସରକାରଙ୍କ ଅନୁସାରେ, ଗତ ସପ୍ତାହରେ ଚିନାବ ନଦୀରେ ଆସିଥିବା ବନ୍ୟାରେ  ଜିଲ୍ଲାର ୪୦ଟି ଗ୍ରାମ ସମେତ ଅଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଯେଉଁ କାରଣରୁ ୪୦ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।