ନୂଆଦିଲ୍ଲୀ : କଶ୍ମୀରରେ ସମସ୍ୟା ବଢ଼ାଇବା ପାଇଁ ଆତଙ୍କବାଦୀମାନେ କୌଣସି ବି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏବେ ମୂକ ଏବଂ ବଧିରମାନଙ୍କୁ ଆତଙ୍କବାଦୀ ତାଲିମ ଦିଆଯାଉଛି। ଦିଲ୍ଲୀ ସମେତ ଭାରତର ପ୍ରମୁଖ ସହରରେ ବିସ୍ଫୋରଣ ଘଟାଇବା ପାଇଁ କଶ୍ମୀରର ମୂକ ତଥା ବଧିର ଯୁବକମାନଙ୍କୁ ଏବେ ଆତଙ୍କବାଦୀମାନେ ତାଲିମ ଦେଉଥିବା ଜଣାପଡ଼ିଛି। ପୁଲ୍ୱାମା ଆକ୍ରମଣର କିଛି ଘଣ୍ଟା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି। ଭିଡିଓଟିରେ ଜଣେ ବ୍ୟକ୍ତି ଏକ ସ୍ବୟଂଚାଳିତ ବନ୍ଧୁକ ଧରି ସାଙ୍କେତିକ ଭାଷାରେ ଭାରତରେ ବଡ଼ ଧରଣର ହିଂସା ହେବାର ସୂଚନା ଦେଇଛି। ବିଶେଷ କରି ମୂକ ଏବଂ ବଧିରମାନଙ୍କର ହ୍ବାଟ୍ସଆପ୍ ଗ୍ରୁପ୍ରେ ଏହା ପ୍ରସାରିତ ହୋଇଛି।
ମୂକ-ବଧିର କଶ୍ମୀରୀ ଯୁବକଙ୍କୁ ମିଳୁଛି ଆତଙ୍କବାଦୀ ତାଲିମ
/sambad/media/post_attachments/wp-content/uploads/2019/02/kashmir-students.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)