ନୂଆଦିଲ୍ଲୀ: ଦେଶର ୧୫ ରାଜ୍ୟର ପାଖାପାଖି ୭୨ କୋଟି ଲୋକ ଏବେ ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି | ଏହି ରାଜ୍ୟର ପାରଦ ୪୦ରୁ ୫୦ ଡିଗ୍ରୀ ମଧ୍ୟରେ ରହୁଛି | ଉତ୍ତର ଭାରତରେ ପ୍ରବଳ ଗରମ ଅନୁଭୂତ ହେଉଛି | ତେବେ ୨୦୧୫ ତୁଳନାରେ ଅଂଶୁଘାତରେ ଲୋକଙ୍କର ମୃତ୍ୟୁ ସଂଖ୍ୟା କମିଛି | ଗତ ୪୯ ବର୍ଷରେ ଅଂଶୁଘାତରେ ୧୬୫୯୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି | ଏକ ରିପୋର୍ଟ ମୁତାବକ ୨୦୧୫ରେ ସର୍ବାଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିଲା | ଆମେ ଆଜି ଆପଣଙ୍କୁ କହିବୁ ୨୦୧୦ରୁ ୨୦୧୮ ମଧ୍ୟରେ କେତେଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି |

Advertisment

ବର୍ଷ             ମୃତ୍ୟୁ ସଂଖ୍ୟା    
୨୦୧୦          ୨୩୬
୨୦୧୧           ୧୨
୨୦୧୨          ୭୨୯

୨୦୧୩        ୧୪୩୩
୨୦୧୪          ୫୪୮
୨୦୧୫        ୨୦୮୧
୨୦୧୬          ୭୦୦
୨୦୧୭          ୩୭୫
୨୦୧୮          ୨୭

publive-image Weather India

ଏହି ପରିସଂଖ୍ୟାନକୁ ଦେଖିଲେ ଗୋଟିଏ କଥା ଜଣାପଡୁଛି ଯେ ୨୦୧୫ ତୁଳନାରେ ୨୦୧୮ରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା କମିଛି | ୨୦୧୯ର ତଥ୍ୟ ସମ୍ପୂର୍ଣ୍ଣ ଆସିଲେ ହିଁ ଜଣାପଡିବ ଏଥର ଅଂଶୁଘାତ କେତେ ଜଣଙ୍କର ଜୀବନ ନେଇଛି | ସେହିପରି ଦେଶର ସବୁଠାରୁ ଅଧିକ ଗରମ ହେଉଥିବା ରାଜ୍ୟ ତାଲିକାରେ ପଞ୍ଜାବ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିଆଣା. ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର,ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା,ତେଲେଙ୍ଗାନାକୁ ସାମିଲ କରାଯାଇଛି |