ରାମମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରଲୋକ

ଅଯୋଧ୍ୟା: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ନେତୃତ୍ୱ ନେଇଥିବା ବିଶିଷ୍ଟ ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କର ଶନିବାର ସକାଳେ ୮୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ମଣିକର୍ଣ୍ଣିକା ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଜାନୁଆରି ୨୨ରେ ଭଗବାନ ରାମଙ୍କ ପ୍ରତିଷ୍ଠା ସମାରୋହରେ ଦୀକ୍ଷିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାରାଣସୀର ଜଣେ ବରିଷ୍ଠ ପଣ୍ଡିତ ଭାବରେ ପରିଚିତ ଦୀକ୍ଷିତ ମୂଳତଃ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ବାସିନ୍ଦା ଥିଲେ, ଯଦିଚ ତାଙ୍କ ପରିବାର ଅନେକ ପିଢ଼ି ଧରି ବାରାଣସୀରେ ରହୁଛନ୍ତି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀକ୍ଷିତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ଏକ୍ସ’ରେ ଯୋଗୀ କହିଛନ୍ତି, କାଶୀର ମହାନ ପଣ୍ଡିତ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ବିଦାୟ ଆଧ୍ୟାତ୍ମିକ ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସଂସ୍କୃତ ଭାଷା ଓ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ସେବା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।

ସମ୍ବନ୍ଧିତ ଖବର