ବ୍ରିଟିସ ଲେଖକ ପ୍ୟାଟ୍ରିକ ଫ୍ରେଞ୍ଚଙ୍କ ପରଲୋକ

ନୂଆଦିଲ୍ଲୀ: ବ୍ରିଟିସ ଲେଖକ, ଐତିହାସିକ ତଥା ଶିକ୍ଷାବିତ ପ୍ୟାଟ୍ରିକ ଫ୍ରେଞ୍ଚଙ୍କର ଆଜି ଲଣ୍ଡନଠାରେ ଅକାଳ ବିୟୋଗ ହୋଇଛି। ସେ ୪ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଭିଏସ୍‌ ନୈପଲଙ୍କ ଜୀବନୀ ଦ ୱାର୍ଲଡ ଇଜ୍‌ ହ୍ବାଟ୍‌ ଇଟ୍‌ ଇଜ୍ ଏବଂ ଇଣ୍ଡିଆ ଏ ପୋର୍ଟରେଟ୍‌ ବହି ପାଇଁ ବେଶ୍ ପରିଚିତ ଥିଲେ। ଲଣ୍ଡନ ସମୟ ପୂର୍ବାହ୍ନ ୮ଟାରେ ତାଙ୍କର ପରଲୋକ ହୋଇଛି ବୋଲି ପତ୍ନୀ ତଥା ପେଙ୍ଗୁଇନ୍ ପ୍ରେସ ଗ୍ରୁପ୍‌ର ପୂର୍ବତନ ପ୍ରକାଶକ ମେରୁ ଗୋଖଲେ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ଲେଖକ ଏବଂ ଐତିହାସିକ ଶୋକବ୍ୟକ୍ତ କରିଛନ୍ତି। ୨୦୧୭ ଜୁଲାଇରେ ସେ ଅହମଦାବାଦ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍ ଆର୍ଟସ ଆଣ୍ଡ ସାଇନସେସ୍‌ର ଡିନ୍‌ ଭା‌ବେ ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର