ଘୁଷୁରି ହୃଦୟ ପ୍ରତିରୋପିତ ଡେଭିଡ୍ ବେନେଟଙ୍କ ମୃତ୍ୟୁ

ୱାସିଂଟନ : ଆମେରିକାର ୫୭ ବର୍ଷୀୟ ଡେଭିଡ୍ ବେନେଟଙ୍କର ଘୁଷୁରି ହୃଦୟ ପ୍ରତିରୋପଣ କରିବାର ୨ ମାସ ପରେ ମୃତ୍ୟୁ ଘଟିଛି। ତେବେ ଏକ ଜିନ୍ ବିବର୍ତ୍ତିତ ଘୁଷୁରି ହୃଦୟ ପ୍ରତିରୋପଣ କରାଇବାରେ ସେ ହେଉଛନ୍ତି ବିଶ୍ବର ପ୍ରଥମ ବ୍ୟକ୍ତି। ସେ ଆଉ ଭଲ ହେବେ ନାହିଁ ବୋଲି ଡାକ୍ତର ଜାଣିବା ପରେ ତାଙ୍କୁ କିଛିଦିନ ହେଲା ‘କମ୍ପାସନେଟ ପାଲିଏଟିଭ୍ କେୟାର୍’ରେ ରଖାଯାଇଥିଲା। ଗତ ଜାନୁଆରି ୭ ତାରିଖରେ ତାଙ୍କ ଦେହରେ ଘୁଷୁରି ହୃଦୟ ପ୍ରତିରୋପଣ କରାଯାଇଥିଲା। ଶେଷ ପର୍ଯ୍ୟନ୍ତ ବେନେଟ ତାଙ୍କ ପରିବାର ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରିପାରୁଥିଲେ।

ସମ୍ବନ୍ଧିତ ଖବର