ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବୀୟ ଚିତା ସିୟାୟା ବା ଜ୍ବାଲା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ଏକ ମାଈ ଚିତା ଶାବକର ମୃତ୍ୟୁ ଘଟିଥିବା ମଙ୍ଗଳବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜନୈକ ବରିଷ୍ଠ ବନ ଅଧିକାରୀଙ୍କ କହିବା ଅନୁସାରେ, ସେମାନେ ଉକ୍ତ ଦୁଇ ମାସର ଚିତା ଶାବକର ମୃତ୍ୟୁର କାରଣ ଅନୁଧ୍ୟାନ କରୁଛନ୍ତି। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଶଶା ଓ ଉଦୟର ମୃତ୍ୟୁ ଘଟିଥିଲା। ତୃତୀୟ ଚିତା ଦକ୍ଷାର ଗତ ମେ ୯ ତାରିଖରେ ମୃତ୍ୟୁ ହୋଇଥିଲା। ନାମିବୀୟ ମାଈ ଚିତା ସିୟାୟା, ଯାହାକୁ ପରେ ଜ୍ବାଲା ବୋଲି ନାମ ଦିଆଯାଇଥିଲା, ସେ ଗତ ମାର୍ଚ୍ଚ ମାସରେ ଚାରୋଟି ଛୁଆଙ୍କୁ ଜନ୍ମ ଦେଇଥିଲା। ଦୁଇଟି ପର୍ଯ୍ୟାୟରେ ଭାରତକୁ ୨୦ଟି ଚିତା ଅଣାଯାଇଥିଲା। ସେପ୍ଟେମ୍ବର ୧୭, ୨୦୨୨ରେ ନାମିବ୍ୟାରୁ ୮ଟି ଓ ଫେବ୍ରୁଆରି ୧୮, ୨୦୨୩ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାଙ୍କୁ ଅଣାଯାଇଥିଲା।