ବେଜିଂ: ଚୀନ୍ର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କର ଆଜି ୯୬ ବର୍ଷ ବୟସରେ ପରଲୋକ ହୋଇଛି। ଜିଆଙ୍ଗ ୧୯୮୯ ତିଆନ୍ମେନ ସ୍କୋୟାର ନରସଂହାର ପରେ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ନେତୃତ୍ବ ନିଜ ନିୟନ୍ତ୍ରଣକୁ ନେଇଥିଲେ। ୧୯୯୯ରୁ ୨୦୦୩ ପର୍ଯ୍ୟନ୍ତ ଜିଆଙ୍ଗ ଚୀନ୍ର ରାଷ୍ଟ୍ରପତି ଥିଲେ। ଚୀନ୍ରେ ବିସ୍ମୟକର ଅଭିବୃଦ୍ଧି ଘଟାଇଥିବା ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମକୁ ସେ ପ୍ରୋତ୍ସାହନ ଦେଇଥିଲେ। ଜିଆଙ୍ଗ ବଜାର ଭିତ୍ତିକ ସଂସ୍କାର ବ୍ୟବସ୍ଥା ଲାଗୁ କରିବାରେ ସବୁଠାରୁ ଅଗ୍ରଣୀ ରହିଥିଲେ।
ଚୀନ୍ର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନଙ୍କ ପରଲୋକ
/sambad/media/post_attachments/wp-content/uploads/2022/12/564h654fs65fh4f65sh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)