ସାମ୍ନାକୁ ଆସିଲା ଭାଇରାଲ ଫଟୋ ପଛର ସତ୍ୟତା, ବନ୍ୟା ପାଣିରେ ବୁଡ଼ି ନୁହେଁ ଏଭଳି ହୋଇଥିଲା ଶିଶୁର ମୃତ୍ୟୁ
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କିଛି ଦିନ ହେଲାଣି ଏକ ଶିଶୁ ବନ୍ୟା ପାଣିରେ ମରି ପଡ଼ିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ସମସ୍ତଙ୍କ ମନକୁ ବିଚଳିତ କରିଥିବା ବେଳେ ବିହାରରେ ହୋଇଥିବା ବନ୍ୟା ପାଣିରେ ଭାସି ଯାଇ ଶିଶୁଟିର ମୃତ୍ୟୁ ହୋଇଥିଲା ବୋଲି ପ୍ରଥମେ ଜଣା ପଡ଼ିଥିଲା । କିନ୍ତୁ ଏବେ ମୃତ୍ୟୁ ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି । ଶିଶୁଟିର ମୃତ୍ୟୁ ବନ୍ୟା ପାଣିରେ ବୁଡ଼ି ନୁହେଁ ବରଂ ପାଣିରେ ବୁଡ଼ାଇ ତାକୁ ହତ୍ୟା କରାଯାଇଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଜୁଲାଇ ୧୬, ୨୦୧୯ରେ ମୁଜାଫରପୁରର ଶୀତଳପଟ୍ଟୀ ଗାଁରେ ରହୁଥିବା ରୀନା ଦେବୀଙ୍କର ନିଜ ସ୍ୱାମୀଙ୍କ ସହ ଫୋନରେ ଝଗଡ଼ା କରିଥିଲେ । ଏହା ପରେ ରାଗରେ ସେ ନିଜ ୪ଟି ସନ୍ତାନଙ୍କୁ ନଦୀରେ ଫିଙ୍ଗିବା ସହ ନିଜେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ରୀନା ଦେବୀଙ୍କ ସହ ୪ଜଣଙ୍କ ପିଲାଙ୍କ ମଧ୍ୟରୁ ଜଣଙ୍କୁ ବଞ୍ଚାଇବାରେ ଗାଁ ଲୋକେ ସଫଳ ହୋଇଥିବା ବେଳେ ବାକି ୩ଜଣ ବୁଡ଼ି ମୃତ୍ୟୁବରଣ କରିଥିଲେ ।