ଉତ୍ତରପ୍ରଦେଶ: ବିବାହ ରାତିରେ ନବଦମ୍ପତିଙ୍କ ହୃଦ୍‌ଘାତରେ ମୃତ୍ୟୁ,ଯୋଜନାବଦ୍ଧ ହତ୍ୟା ସନ୍ଦେହ

ବହରାଇଚ: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଏକ ନବବିବାହିତ ଦମ୍ପତିଙ୍କୁ ବିବାହ ପରଦିନ ମୃତ ଅବସ୍ଥାରେ ଦେଖିବାକୁ ମିଳିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଉଭୟ ବର ଓ କନ୍ୟାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

୨୨ ବର୍ଷୀୟ ପ୍ରତାପ ଯାଦବ ୨୦ ବର୍ଷୀୟା ପୁଷ୍ପାଙ୍କୁ ମେ ୩୦ ତାରିଖରେ ବିବାହ କରିଥିଲେ। ବିବାହ ପରେ ଉଭୟ ସ୍ବାମୀ-ସ୍ତ୍ରୀ ତାଙ୍କ ରୁମ୍‌କୁ ଯାଇ ଶୟନ କରିଥିଲେ। କିନ୍ତୁ ପରଦିନ ସକାଳେ ସେମାନଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏସ୍‌ପି ପ୍ରଶାନ୍ତ ବର୍ମା କହିଛନ୍ତି ଯେ ହୃଦ୍‌ଘାତରେ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ପ୍ରତାପ ଓ ପୁଷ୍ପା ଉଭୟଙ୍କୁ ପ୍ରତାପଙ୍କ ଗାଁରେ ଗୋଟିଏ ଜୁଇରେ ଦାହସଂସ୍କାର କରାଯାଇଥିଲା। ନବ ଦମ୍ପତିଙ୍କ ଏକସଂଗରେ ହୃଦ୍‌ଘାତ ମୃତ୍ୟୁକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଏବଂ ସେମାନଙ୍କୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର