ଦୁଇଥର କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ରାଜସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନରେ ଅମିକ୍ରନ ସଂକ୍ରମଣ ଭୟଙ୍କର ରୂପ ନେଉଛି ବୋଲି କୁହାଯାଉଛି। କରୋନାର ଏହି ନୂଆ ଭାରିଏଣ୍ଟ ଉଦୟପୁରର ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ମୃତ ବ୍ୟକ୍ତିଙ୍କ ବୟସ ୭୩ ବର୍ଷ ହୋଇଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଉଦୟପୁରର ମହାରାଣା ଭୁପାଳ ଚିକିତ୍ସାଳୟରେ ଉକ୍ତ ବୃଦ୍ଧଙ୍କ ଚିକିତ୍ସା ଚାଲୁଥିଲା। ଗୋଟିଏ ଦିନ ପୂର୍ବରୁ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଡିସେମ୍ବର ୧୫ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ସେହିଦିନ ଠାରୁ ତାଙ୍କ ଚିକିତ୍ସା ଜାରି ରହିଥିଲା।

ସ୍ବାସ୍ଥ୍ୟ ଅଧିକରୁ ଅଧିକ ଖରାପ ହେବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ବୃଦ୍ଧଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ନମୁନାକୁ ପରୀକ୍ଷା ପାଇଁ ପୁଣେ ପଠା ଯାଇଥିଲା। ଏହାପରେ ବୃଦ୍ଧଙ୍କ ଶରୀରରେ ଓମିକ୍ରନ ଚିହ୍ନଟ ହୋଇଥିଲା। କିନ୍ତୁ ପରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଏଭଳି ପରିସ୍ଥିତିରେ ବୃଦ୍ଧଙ୍କ ମୃତ୍ୟୁ ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କୁ ଚିନ୍ତାରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର