ସୁରଟର କଫି ସପରେ ଓଡ଼ିଆ ମେଧାବୀ ଛାତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୁରଟ: ସୁରଟର କଫି ସପରେ ଓଡ଼ିଆ ମେଧାବୀ ଛାତ୍ରୀଙ୍କ ମୃତ୍ୟୁ । ମୃତ ଛାତ୍ରୀଜଣକ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା କଲମ୍ବ ଗାଁର ସନ୍ତୋଷ ସାହୁଙ୍କ ଝିଅ। ସନ୍ତୋଷ ସାହୁ ନିଜ ପରିବାର ସହ ଏବେ ସୁରଟରେ ରହୁଥିବା ବେଳେ ଝିଅର ମୃତ୍ୟୁ ପ‌ରେ ସେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ମିିଳିଥିବା ସୂଚନା ମୁତାବକ, ସନ୍ତୋଷଙ୍କ ଝିଅ ମଧୁସ୍ମିତା ଜଣେ କଲେଜ ସାଙ୍ଗଙ୍କ ସହ ଏକ କଫି ସପକୁ ଯାଇଥିଲେ । ସେଠାରେ ଦୁହେଁ ହଠାତ ଅଚେତ ହୋଇଯିବା ପରେ ସେମାନଙ୍କୁ ସୁରଟ ନ୍ୟୁ ସିଭିଲ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ । ଏମଧ୍ୟରେ ମଧୁସ୍ମିତାଙ୍କ ସାଙ୍ଗ ହସ୍ପିଟାଲରୁ ଚମ୍ପଟ ମାରିଥିଲେ । ଘଟଣା ବିଷୟ‌େ ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା ଆରମ୍ଭ କରିଛି । ଏହା ସହ ପରିବାର ଲୋକେ ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ପୁଲିସ କମିସନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର