କରୋନା ନେଇ ଆସିଲା ଭଲ ଖବର, ଦେଶରେ କମୁଛି କରୋନା ମୃତ୍ୟୁହାର

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ ମାଡି ଚାଲିଛି । ଦେଶରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଛି । ଏହାରି ଭିତରେ କିଛି ଭଲ ଖବର ମଧ୍ୟ ଆସିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମ୍ ହେବାରେ ଲାଗିଛି । ମେ’ ମାସ ସଂକ୍ରମଣ ହାର ଥିଲା ୪.୧୪ ପ୍ରତିଶତ । କିନ୍ତୁ ବର୍ତ୍ତମାନ ସଂକ୍ରମଣ ହାର ହେଉଛି ୭.୪୪ ପ୍ରତିଶତ । ହେଲେ ମେ ମାସରେ ୩.୨୮ ପ୍ରତିଶତ ମୃତ୍ୟୁ ହାର ଥିବା ବେଳେ ଏବେ ଏହା ୨.୬୪ ପ୍ରତିଶତକୁ ଖସିଆସିଛି । ଏହି ସଂକଟ ମଧ୍ୟରେ ଏହା ହିଁ ହେଉଛି ଆଶ୍ବସ୍ତିର ଖବର।

ମେ’ ମାସରେ ସଂକ୍ରମଣ ହାର ଥିଲା ୪.୧୪ ପ୍ରତିଶତ । ଅର୍ଥାତ ୧୦ ହଜାର ବ୍ୟକ୍ତିଙ୍କର ଯଦି କୋଭିଡ୍ ପରୀକ୍ଷା କରାଯାଉଥିଲା, ତେବେ ୪୧୪ ଜଣଙ୍କର ରିପୋର୍ଟ ଆସୁଥିଲା କରୋନା ପଜିଟିଭ୍ । ଏବେ କିନ୍ତୁ ବଦଳିଯାଇଛି ସ୍ଥିତି । ବର୍ତ୍ତମାନ ସଂକ୍ରମଣ ହାର ହେଉଛି, ୭.୪୪ ପ୍ରତିଶତ । ପ୍ରତି ୧୦ ହଜାର ନମୂନା ପରୀକ୍ଷାରେ ୭୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ନଜର ପକାଇବା ଦେଶରେ କରୋନାଜନିତ ମୃତ୍ୟୁହାର ଉପରେ । ମେ’ ମାସରେ ମୃତ୍ୟୁହାର ଥିଲା, ୩.୨୮ ପ୍ରତିଶତ । ପ୍ରତି୧୦ ହଜାର ଲୋକ ଯଦି କରୋନାରେ ଆକ୍ରାନ୍ତ ହେଉଥିଲେ, ତେବେ ୩୨୮ ଜଣ ମୃତ୍ୟୁବରଣ କରୁଥିଲେ । ବର୍ତମାନ କିନ୍ତୁ ଏହି ଚିତ୍ର ବଦଳିଛି । ବର୍ତ୍ତମାନ ମୃତ୍ୟୁହାର ହେଉଛି ୨.୬୪ ପ୍ରତିଶତ ।  ପ୍ରତି ୧୦ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୨୬୪ ଜଣ ମୃତ୍ୟୁ ହେଉଛି ।

ସମ୍ବନ୍ଧିତ ଖବର