ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ରବି କିଶନଙ୍କ ବଡ଼ ଭାଇଙ୍କ ପରଲୋକ ହୋଇଛି। ଏନେଇ ନିଜେ ରବି କିଶନ ଟୁଇଟ କରି ସୂଚନା ଦେଇଛନ୍ତି।
ରବି କିଶନ ଟୁଇଟ କରି କହିଛନ୍ତି, ‘ବଡ଼ ଭାଇ ରାମକିଶନ ଶୁକ୍ଳାଙ୍କ ହଠାତ ହୃଦସ୍ପନ୍ଦନ ଗତି ମନ୍ଥର ହୋଇଯିବାରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲ ନିଆଯାଇଥିଲା। ଆଜି ୧୨ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ମହାଦେବଙ୍କୁ ପ୍ରାର୍ଥନା କି ଆପଣଙ୍କ ଶ୍ରୀଚରଣରେ ଭାଇଙ୍କୁ ସ୍ଥାନ ଦିଅନ୍ତୁ। ଓମ ଶାନ୍ତି ଶାନ୍ତି ଶାନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ରବି କିଶନଙ୍କ ବଡ଼ ଭାଇ ମୁମ୍ବାଇରେ ବସବାସ କରୁଥିଲେ। ଆଜି ଦ୍ବିପହର ସମୟରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
दुःखद …मेरे बड़े भाई श्री रामकिशन शुक्ला जी का अचानक ह्रदय गति रुकने के कारण मुंबई के नानावटी अस्पताल में दोपहर 12 बजे निधन हो गया है । महादेव से प्रार्थना है की अपने श्री चरणों में स्थान दे ओम् शान्ति शान्ति शान्ति 🙏 pic.twitter.com/TViOuakWcl
— Ravi Kishan (@ravikishann) February 5, 2023
ବର୍ଷକ ମଧ୍ୟରେ ଦ୍ବିତୀୟ ଥର ରବି କିଶନଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ଏହାପୂର୍ବରୁ ଗତବର୍ଷ ମାର୍ଚ୍ଚରେ ରବି କିଶନଙ୍କ ବଡ଼ ଭାଇ ରମେଶ ଶୁକ୍ଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ରବି କିଶନଙ୍କ ବଡ଼ ଭାଇ ରମେଶ ଏମ୍ସରେ ଅନ୍ତିମ ନିଶ୍ବାସ ତ୍ୟାଗ କରିଥିଲେ। ସେଠାରେ ତାଙ୍କର କର୍କଟ ଚିକିତ୍ସା ଚାଲିଥିଲା। ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରିକରି ଶେଷରେ ହାରିଯାଇଥିଲେ ରମେଶ। ଗୋଟିଏ ବର୍ଷ ମଧ୍ୟରେ ରବି କିଶନଙ୍କ ଦୁଇଭାଇଙ୍କ ମୃତ୍ୟୁ ପରେ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।