ଅହମଦାବାଦ: ୨୦୦୮ରେ ଅହମଦାବାଦରେ ସଙ୍ଗଠିତ ସିରିଏଲ୍ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ଜଣଙ୍କ ମଧ୍ୟରୁ ଅହମଦାବାଦର ଏକ ସ୍ବତନ୍ତ୍ର ଅଦାଲତ ୩୮ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ବାକି ୧୧ଜଣଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଦିଆଯାଇଛି।
ରାୟ ଶୁଣାଇବା ବେଳେ ସ୍ବତନ୍ତ୍ର ବିଚାରପତି ଏ.ଆର୍. ପଟେଲ୍ ଉକ୍ତ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୧ ଲକ୍ଷ ଟଙ୍କା, ସାଙ୍ଘାତିକ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ୫୦ ହଜାର ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ୨୫ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।
Image Courtesy of NDTVଏହାଛଡ଼ା, ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଦୋଷୀ ଉସ୍ମାନ୍ ଅଗରବତିବାଲାଙ୍କୁ ‘ଆର୍ମସ୍ ଆକ୍ଟ୍’ଦ୍ବାରା ଆଉ ୧ ବର୍ଷ କାରା ଦଣ୍ଡାଦେଶ ଓ ଅତିରିକ୍ତ ୨.୮୮ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏଥିସହ ଦୋଷୀ ସାବ୍ୟସ୍ତ ୪୮ଜଣଙ୍କ ଉପରେ ୨.୮୫ ଟଙ୍କା ଲେଖାଏଁ ଜରିମାନା କରାଯାଇଛି।
Image Courtesy of The Indian Express୫୬ଜଣଙ୍କ ଜୀବନହାନୀ ହୋଇଥିବା ଏହି ବିସ୍ଫୋରଣ ମାମଲାରେ ପ୍ରାୟ ୮୦ଜଣ ଅଭିଯୁକ୍ତଙ୍କ ବିଚାର ଚାଲିଥିଲା। ସ୍ମରଣଯୋଗ୍ୟ, ୨୦୦୮ ଜୁଲାଇ ୨୬ ତାରିଖରେ ଅହମଦାବାଦରେ ୭୦ ମିନିଟ୍ ମଧ୍ୟରେ ହୋଇଥିବା ୨୧ଟି ବୋମା ବିସ୍ଫୋରଣରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2008-Blast_38-People-Sentences-Death-Penalty_Thumbnail-1.jpg)