ଛତରପୁର(ବିହାର):ବାଗେଶ୍ୱର ଧାମର ମୁଖ୍ୟ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି। ଅଭିଯୁକ୍ତମାନେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନାମରେ ଧମକପୂର୍ଣ୍ଣ ଇ-ମେଲ୍ ପଠାଇଛନ୍ତି। ଅଭିଯୁକ୍ତ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ମାଗିଥିଲେ। ପୁଲିସ ଅଭିଯୁକ୍ତକୁ ବିହାରର ନାଳନ୍ଦାରୁ ଗିରଫ କରିଛି।
ଗତ ଅକ୍ଟୋବର ମାସରେ ବାଗେଶ୍ୱର ଧାମର ମୁଖ୍ୟ ପରିଚାଳନା କମିଟିସଦସ୍ୟ ନିଶାନ୍ତ ନାୟକ ବାମିଥା ଥାନାରେ ଅଭିଯୋଗ କରିଥିଲେ ଯେ ଅକ୍ଟୋବର ୧୯ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଆଶ୍ରମର ଅଫିସିଆଲ୍ ଇମେଲ୍ ଆଇଡିରେ ଏକ ମେଲ୍ ଆସି ୧୦ ଲକ୍ଷ ଟଙ୍କା ମାଗିବା ସହ ଟଙ୍କା ନଦେଲେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା।
ମାମଲାର ଗମ୍ଭୀରତାକୁ ଅନୁଭବ କରି ପୁଲିସ ମାମଲାକୁ ଗୋପନ ରଖିବା ସହ ତଦନ୍ତ ଜାରି ରଖିଥିଲା । ପୁଲିସ ସାଇବର ବିଶେଷଜ୍ଞଙ୍କ ଦ୍ୱାରା ଏହାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଇମେଲଟି ବିହାରରୁ ପଠାଯାଇଥିଲା । ଏହା ପରେ ବିହାରର ରାଜଧାନୀ ପାଟନାରୁ ମେଲ୍ ପଠାଇଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ।
ନିକଟରେ ରାଜସ୍ଥାନରେ ହୋଇଥିବା କରନି ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ପାଇଁ ଚର୍ଚ୍ଚାରେ ଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ।