ରାହୁଲଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟପ୍ରଦେଶରେ ହତ୍ୟା ଧମକ ମିଳିଛି। ମଧ୍ୟପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହେବା ପୂର୍ବରୁ ରାହୁଲଙ୍କୁ ହତ୍ୟ‌ାଧମକ ଦିଆଯାଇଛି । ଇନ୍ଦୋରରେ ଜୁନି ଥାନା ଅଧୀନରେ ଥିବା ଏକ ମିଠା ଦୋକାନ ବାହାରେ ଏନେଇ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠିରେ କୁହାଯାଇଛି, ରାହୁଲ ଇନ୍ଦୋରରେ ପହଞ୍ଚିବା ମାତ୍ରେ ତାଙ୍କୁ ବିସ୍ଫୋରଣରେ ଉଡ଼ାଇ ଦିଆଯିବ।

ଇତିମଧ୍ୟରେ ପୁଲିସ ସମ୍ପୃକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ଆରମ୍ଭ କରିଛି। ଆଇପିସିର ଧାରା ୫୦୭ ଅଧୀନରେ ଏନେଇ ମାମଲା ରୁଜୁ ହୋଇଛି। ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବିରୋଧରେ ଏନ୍‌ଏସଏ ଅଧୀନରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଉଲ୍ଲେଖଯୋଗ୍ୟ, ରାହୁଲ ହିନ୍ଦୁବାଦୀ ନେତା ସବରକରଙ୍କୁ ଟାର୍ଗେଟ୍‌ କରି ଟିପ୍ପଣୀ ଦେବାର ଦିନକ ପରେ ତାଙ୍କ ବିରୋଧରେ ଏହି ଧମକପୂର୍ଣ୍ଣ ଚିଠି ମିଳିଛି।

ସମ୍ବନ୍ଧିତ ଖବର