ମୁମ୍ବାଇ:ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ରେ ଦଳଚକଟା, ୨୨ମୃତ,୩୦ରୁ ଊର୍ଧ୍ୱ ଆହତ

ନୂଆଦିଲ୍ଲୀ: ମୁମ୍ବାଇର ଏଲଫିନଷ୍ଟୋନ ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ରେ ଦଳଚକଟା ଘଟରରେ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଛି।ଏହିଦୁର୍ଘଟଣାରେ ୩୦ରୁ ଊର୍ଧ୍ୱ ଆହତ ହୋଇଛନ୍ତି। ଆହତକମାନଙ୍କୁ ପରେଲସ୍ଥିତ କେଇଏମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ପ୍ରାୟ ୧୦ଟା ୪୬ ମିନିଟ ସମୟରେ ଏହି ଘଟଣା ଘଟିଛି ଓ ଏଥିରେ ଘଟଣାସ୍ଥଳରେ ଅନ୍ୟୁନ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ପ୍ରାୟ ୩୦ ଜଣ ଆହତ ହୋଇଥିବା ମୁମ୍ବାଇ ମହାନଗର ନିଗମ ର ବିପର୍ଯ୍ୟୟ ପରିଳାନା ଅଧିକାରୀଙ୍କ ଠାରୁ ପ୍ରକାଶ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରତ୍ୟେହ ଏଲଫିନଷ୍ଟୋନ ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ ଉପରେ ପିକ୍‌ ଆଓ୍ଵାରରେ ପ୍ରବଳ ଭିଡ଼ ହୋଇଥାଏ। ଆଜି ମଧ୍ୟ ସେହିଭଳି ଭିଡ଼ ଥିବା ବେଳେ ହଠାତ ବର୍ଷା ହେବାରୁ ବହୁ ସଂଖ୍ୟକ ଲୋକ ଏହି ଫୁଟ୍‌ ଓଭରବ୍ରିଜ୍‌ରେ ଅପେକ୍ଷା କରି ରହିଯାଇତିଲେ। ତେବେ ବର୍ଷା ଛାଡ଼ିବା ମାତ୍ରେ ଲୋକେ ବାହାରକୁ ଯିବା ପାଇଁ ସେମାନଙ୍କ ମଧ୍ୟରେ ଧାଁ ଦଉଡ଼ କରି ଦେଇତିଲେ। ଏହି ସମୟରେ ସର୍ଟ ସର୍କିଟ ହୋଇଥିବା ନେଇ ପ୍ରଚାର ହୋଇଯାଇଥିଲା। ଅତେଣୁ ବ୍ରିଝ ଉପରେ ଥିବା ଶହଶହ ଲୋକଙ୍କ ମଧ୍ୟରେ ଧାଁ ଧଉଡ଼ ଆରମ୍ଭ ହୋଇ ଯାଇଥିଲା। ଏହି ଦଳାଚକଟାରେ ଘଟଣାସ୍ଥଳରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବହୁତ ଆହତ ହୋଇଥିଲେ। ଅଗ୍ନିଶମ ସେବାକେନ୍ଦ୍ରର କର୍ମଚାରୀ, ରେଳବାଇ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ କେଇଏମଖ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଆଉ ୭ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଲଫିନଷ୍ଟୋନ ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ ଦଳଚକଟାରେ ମୃତ୍ୟୁ ସଂଖାର ଅସମର୍ଥିତ ସୂତ୍ରରୁ ୨୨ରେ ପହଞ୍ଚିିଥିବା ବେଳେ ଆହୁରି ୨୭ରୁ ଅଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ତେବେ ଏହି ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛିି। ପୁଲିସ ଫୁଟ୍‌ ଓଭର ବ୍ରିଜ୍‌ରେ ଉଠାଦୋକାନିଙ୍କ ଠାରୁ ପଇସା ନେଇ ବ୍ୟବସାୟ ପାଇଁ ସୁଯୋଗ ଦେଉଥିବାରୁ ଲୋକଙ୍କ ଚାଲିବା ପାଇଁ ସ୍ଥାନାଭାବ ରହୁଥିବାରୁ ଆଜିର ଏପରି ଘଟଣା ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତିି। ଅପରପକ୍ଷେ ଶିବସେନା ନେତା ସଦା ସର୍ଭାଙ୍କର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ଇସ୍ତଫା ଦାବି କରିଛନ୍ତି।
ସେହିପରି ଘଟଣାସ୍ଥଳରେ ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍‌ଦାର କାର୍ଯ୍ୟ ଚଳାଇଥିବା ବେଳେ ରେଳବାଇ ପକ୍ଷରୁ ଏହି ଘଟଣା ନେଇ ହେଲ୍ପଲାଇନ ଜାରି କରାଯାଇଛି। ଏଲଫିନଷ୍ଟୋନ ରେଲେଓ୍ଵ ଷ୍ଟେସନର ହେଲ୍ପଲାଇନ ନମ୍ବର ହେଉଛି ୨୪୧୩୬୦୫୧, ୨୪୧୦୭୦୨୦, ୨୪୧୩୧୪୧୯।
ତେବେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କର ଏହି ଘଟଣାରେ ମୃତ୍ୟୁ ଘଟିଥିବା ଓ ୨୭ ଜଣ ଆହିତ ଥିବା ରେଳବାଇ ପବ୍ଲିକ୍‌ ରିଲେସନ ଡିଜି ଅନିଲ ସାକ୍‌ସେନା ସୂଚନା ଦେଇଛନ୍ତି।ଅପରପକ୍ଷେ ପୁଲିସ ସୂତ୍ରରୁ ପ୍ରକାଶ ଯେ ଆହତମାନଙ୍କୁ ଡାକ୍ତରଖାନା ଆଣିବା ବେଳକୁ ୧୫ ଜଣଙ୍କର ମୃତ୍ୟୁ ଘଟି ସାରିଥିଲା। ଏହି ଘଟଣା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତାହାତମାନଙ୍କ ପରିବାରକୁ ରାଷ୍ଟ୍ରପତି ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅପରପକ୍ଷେ ରେଳବାଇ ପକ୍ଷରୁ ଆହତମାନଙ୍କର ମାଗଣା ଚିକିତ୍ସା କରାଯାଉଥିବା କୁହାଯାଇଛି।

ସମ୍ବନ୍ଧିତ ଖବର