ଆରବ ସାଗରରେ ଓଏନଜିସି ଜାହାଜ ବୁଡି ଘଟଣା: ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି, ଏବେବି ୩୮ ନିଖୋଜ ଅଛନ୍ତି

ମୁମ୍ବାଇ : ବାତ୍ୟା ତୌତେ ପ୍ରଭାବରେ ଆରବ ସାଗରରେ ଓଏନଜିସିର ବାର୍ଜ ପାପା (ପି-୩୦୫) (ସମତଳ ପୃଷ୍ଠ ଥିବା ଜାହଜ) ବୁଡ଼ିବା ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି । ଏପର୍ଯ଼୍ୟନ୍ତ ଆହୁରି ୩୮ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅନ୍ୟପକ୍ଷରେ ଏହି ଜାହାଜରେ ଏପର୍ୟ଼୍ୟନ୍ତ ୧୮୭ ଜଣଙ୍କୁ ଉଦ୍ଧାର କରାଯ଼ାଇଛି ।

ମାତ୍ର ଦିନ ବିତିବା ସହ ସେମାନଙ୍କ ଜୀବିତ ହେବାର ସମ୍ଭାବନା ହ୍ରାସ ପାଉଛି ବୋଲି ଉଦ୍ଧାରକାରୀମାନେ ପ୍ରକାଶ କରିଛନ୍ତି । କାରଣ କେବଳ ଏକ ଲାଇଫ ଜ୍ୟାକେଟ୍ ସହାୟତାରେ ଏତେ ଦିନ ବିନା ଖାଦ୍ୟ ଓ ପ୍ରତିକୂଳ ପାଣିପାଗରେ ବଞ୍ଚିରହିବା ଅତ୍ୟନ୍ତ କଷ୍ଟକର ମନେହେଉଛି ।

ଗତ ୧୭ ତାରିଖରେ ବାତ୍ୟା ତୌତେ ଯ଼ୋଗୁଁ ସୃଷ୍ଟ ପ୍ରବଳ ସାମୁଦ୍ରିକ ଜୁଆର ଓ ପବନ ଯ଼ୋଗୁଁ ମୁମ୍ବାଇଠାରୁ ପ୍ରାୟ ୧୭୫ କିଲୋମିଟର ସମୁଦ୍ର ମଧ୍ୟରେ ଥିବା ଓଏନଜିସିର ତୈଳ କୂପ ବମ୍ବେ ହାଇ ନିକଟରେ ଏହି ବାର୍ଜଟି ବୁଡ଼ିଯ଼ାଇଥିଲା । ଏଥିରେ ପ୍ରାୟ ୨୭୩ ଲୋକ ଥିଲେ । ସେମାନେ ସମୁଦ୍ର ମଝିରେ ଥିବା ଓଏନଜିସି ତୈଳ ପ୍ରକଳ୍ପରେ କାମ କରୁଥିଲେ ।

ସମ୍ବନ୍ଧିତ ଖବର