ସୋମାଲିଆରେ ଆତଙ୍କବାଦୀ ଆକ୍ରମଣ, ୧୧ ମୃତ

ମୋଗାଦିସୁ : ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆରେ ଆଜି ଏକ ଭୟଙ୍କର କାର ବୋମା ବିସ୍ଫୋରଣ ହୋଇ ପ୍ରାୟ ୧୧ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ପ୍ରାୟ ୧୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।

ସୋମାଲିଆ ରାଜଧାନୀ ମୋଗାଦିସୁ ସହରରେ ଥିବା ଏକ ସପିଂ ମଲ ଆଗରେ ରଖାଯାଇଥିବା ଏକ କାରରେ ଏହି ବୋମା ରଖାଯାଇଥିଲା ବୋଲି ପୁଲିସ ମୁଖ୍ୟ କ୍ୟାପଟେନ ମହମ୍ମଦ ହୁସେନ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି । ତେବେ ଅଲ କାଇଦା ସହ ସଂପର୍କ ରଖିଥିବା ଇସ୍ଲାମିକ ସଂଗଠନ ଅଲ-ସବାବ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ସେଂଦେହ କରାଯାଉଛି । ସୋମାଲିଆରୁ ଏହି ସଂଗଠନର ଶକ୍ତି କ୍ରମଶଃ ହ୍ରାସ ପାଇବା ସତ୍ତ୍ୱେ ମଝିରେ ମଝିରେ ଏହା ଆତଙ୍କବାଦୀ ଆକ୍ରମଣ ଜାରି ରଖିଛି । କେବଳ ସୋମାଲିଆ ନୁହେଁ ପଡୋଶୀ କେନିୟା ଓ ଇଥିଓପିଆରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରୁଛି ।

ସମ୍ବନ୍ଧିତ ଖବର