ତିରୁବନନ୍ତପୁରମ୍: ଶନିବାର ଦିନ ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଭୀଷଣ ବର୍ଷା ହେତୁ ଅନେକ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ଘଟି ପ୍ରାୟ ୨୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ନିଖୋଜ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, କୋଟାୟାମ ଜିଲ୍ଲାରେ ୧୪ଜଣ, ଇଡୁକି ଜିଲ୍ଲାରେ ୧୦ଜଣ ଏବଂ ତିରୁବନନ୍ତପୁରମ୍, ଥ୍ରୀସୁର ଏବଂ କୋଜିକୋଡେ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହ କେରଳର ୧୧ଟି ଡ୍ୟାମରେ ଜଳସ୍ତର ବିପଦ ସଙ୍କେତ ଉପରେ ଥିବାରୁ ଡ୍ୟାମ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି।
ଏହା ସହ ଏର୍ନାକୁଲମ୍ ଏବଂ ଇଡୁକି ଜିଲ୍ଲାରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି। ଜଳସ୍ତର ବଢ଼ୁଥିବାରୁ ଆସନ୍ତାକାଲି ସକାଳ ୧୧ଟାରେ ଇଡୁକି ଡ୍ୟାମର ଫାଟକ ଖୋଲାଯିବ ବୋଲି ଜଣାପଡ଼ିଛି। ଏଭଳି ହେଲେ ଚଲକ୍କୁଡି ନଦୀକୁ ପାଣି ଆସିବାର ସମ୍ଭାବନା ରହିଛି, ଯାହାର ପ୍ରଭାବ ଏର୍ନାକୁଲମ୍ ଜିଲ୍ଲା ଉପରେ ମଧ୍ୟ ପଡ଼ିବ ବୋଲି ଜଣାପଡ଼ିଛି। ଏନେଇ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ୧୧ଟି ଡ୍ୟାମ ପାଇଁ ଦିଆଯାଇଥିବା ହାଇ ଆଲର୍ଟକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-155.jpg)